ଦେଶର କରୋନା ମିଟର । ୨୪ ଘଂଟା ଭିତରେ ୩୪ ହଜାର ୯୭୩ ନୂଆ ଆକ୍ରାନ୍ତ ଚିହ୍ନଟ

97

କନକ ବ୍ୟୁରୋ : ଦେଶରେ ୨୪ ଘଂଟା ଭିତରେ ୩୪ ହଜାର ୯୭୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କରୋନା କାରଣରୁ ୨୪ ଘଂଟା ଭିତରେ ୨୬୦ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ୨୪ ଘଂଟା ଭିତରେ ୩୭ ହଜାର ୬୮୧ ଜଣ ସୁସ୍ଥ ହୋଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଳାୟର ସୁଚନା ଅନୁସାରେ ୩ଲକ୍ଷ ୯୦ ହଜାର ୬୪୬ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି ।

ଆଜିର ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩କୋଟି ୩୧ ଲକ୍ଷ ୭୪ ହଜାର ୯୫୪କୁ ବୃଦ୍ଧି ପାଇଛି ।  ଏମାନଙ୍କ ମଧ୍ୟରୁ ୩କୋଟି ୨୩ ଲକ୍ଷ ୪୨ ହଜାର ୨୯୯ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଆଜିର ମୃତକଙ୍କୁ ମିଶାଇ ଦେଶରେ ମୋଟ ମୃତସଂଖ୍ୟା ୪ଲକ୍ଷ ୪୨ ହଜାର ୯କୁ ବୃଦ୍ଧି ପାଇଛି । ସଂକ୍ରମଣ ରୋକିବା ପାଇଁ ଟିକାକରଣ ଜୋରଦାର କରାଯାଇଛି । ଦେଶରେ ମୋଟ ୭୨ କୋଟି ୩୭ ଲକ୍ଷ ୮୪ ହଜାର ୫୮୬ଜଣଙ୍କୁ ଟିକାକରଣ କରାଗଲାଣି ।