ଦେଶର କରୋନା ମିଟର । ଗତ ୨୪ ଘଣ୍ଟାରେ ୧୮,୮୭୦ ନୂଆ ଆକ୍ରାନ୍ତ ଚିହ୍ନଟ

49

କନକ ବ୍ୟୁରୋ : ଆଜି ବି ଦେଶରେ ୨୦ ହଜାର ତଳକୁ ଖସିଛି ସଂକ୍ରମଣ । ୨୪ ଘଣ୍ଟାରେ ୧୮ ହଜାର ୮୭୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୩୭୮ ଜଣଙ୍କ ମୃତ୍ୟୁ ହୋଇଛି । ୨୪ ଘଂଟାରେ ୨୮ ହଜାର ୧୭୮ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୩୭ ଲକ୍ଷ ୧୬ହଜାର ୪୫୧ ରହିଛି । ମୋଟ ସୁସ୍ଥ ସଂଖ୍ୟା ରହିଛି ୩୨ କୋଟି ୯ ଲକ୍ଷ ୮୬ ହଜାର ୧୮୦ଜଣ । ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୪୭ ହଜାର ୭୫୧ । ସକ୍ରିୟ ସଂକମ୍ରିତଙ୍କ ସଂଖ୍ୟା ୨ ଲକ୍ଷ ୮୨ ହଜାର ୫୨୦ ।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୮୭,୬୬,୬୩,୪୯୦ଜଣ ହିତାଧିକାରୀଙ୍କୁ ଟିକା ଦିଆଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦିଆଯାଇଛି ୫୪,୧୩,୩୩୨ ଡୋଜ୍‌ ଟିକା । ‘ଆଇସିଏମ୍ଆର୍‌’ କହିବା ଅନୁସାରେ, ଏହି ଭୂତାଣୁଜନିତ ରୋଗ ଚିହ୍ନଟ ପାଇଁ ସେପ୍ଟେମ୍ବର ୨୬ ତାରିଖ ସୁଦ୍ଧା ସମୁଦାୟ ୫୬,୭୪,୫୦,୧୮୫ ନମୁନା ପରୀକ୍ଷା ସରିଛି। ଗତକାଲି ପରୀକ୍ଷା ହୋଇଛି ୧୫,୦୪,୭୧୩ଟି ନମୁନା ।