ଗାଡ଼ି ଉତ୍ପାଦନରେ ଚତୁର୍ଥ ସ୍ଥାନରେ ଭାରତ : ପ୍ରଥମ ତିନି ସ୍ଥାନରେ ଚୀନ୍, ଜାପାନ, ଜର୍ମାନି

ଗାଡ଼ି ଉତ୍ପାଦନରେ ଚତୁର୍ଥ ସ୍ଥାନରେ ଭାରତ : ପ୍ରଥମ ତିନି ସ୍ଥାନରେ ଚୀନ୍, ଜାପାନ, ଜର୍ମାନି

କନକ ବୁରୋ : ଗାଡ଼ି ଉତ୍ପାଦନ କରିବାରେ ବିଗତ କିିଛି ବର୍ଷ ଭିତରେ ଭାରତ‌ ଅନେକ ଅଗ୍ରଗତି କରିଛି । କେବଳ ଭାରତ ନୁହେଁ ଅନ୍ୟତମ ଏସୀୟ ମହାଶକ୍ତି ଚୀନ୍ ମଧ୍ୟ ଦ୍ରୁତ ଗତିରେ ଆଗକୁ ବଢ଼ିଛି । ଅଧିକ ଗାଡ଼ି ଉତ୍ପାଦନ କରୁଥିବା‌ ରାଷ୍ଟ୍ରଗୁଡ଼ିକ ତାଲିକାରେ ଭାରତ ଏବେ ଚତୁର୍ଥ ସ୍ଥାନରେ ରହିଛି। ଚୀନ୍ ଏକ ନମ୍ବର ମୁକୁଟ ହାସଲ କରିଛି ।publive-image

୧୯୯୯ ବେଳକୁ ଶ୍ରେଷ୍ଠ ୧୦ ତାଲିକାରେ ଭାରତର ନାମ ନଥିଲା। ଏହା ୬୧ତମ ସ୍ଥାନରେ ଓ ଚୀନ୍ ୧୪ତମ ସ୍ଥାନରେ ଥିଲା। ମାତ୍ର କିଛି ବର୍ଷ ପରେ ଅନେକ ବିଶ୍ବସ୍ତରୀୟ ଗାଡ଼ି ନିର୍ମାତା ସେମାନଙ୍କ କାରଖାନା ଏହି ଦୁଇ ଦେଶରେ ସ୍ଥାପନ କରିଥିଲେ। ଫଳରେ ଗାଡ଼ି ଉତ୍ପାଦନର ମାତ୍ରା ଦ୍ରୁତ ଗତିରେ ବୃଦ୍ଧି ପାଇଥିଲା। ୧୯୯୧ ବେଳକୁ ଜାପାନ ଏକ ନମ୍ବର ସ୍ଥାନରେ ଥିବା ବେଳେ ଏହା ପଛକୁ ଆମେରିକା, ଜର୍ମାନି, ଫ୍ରାନ୍ସ, ଦକ୍ଷିଣ କୋରିଆ, ସ୍ପେନ୍, ବ୍ରିଟେନ୍, କାନାଡା, ଇଟାଲି ଓ ବ୍ରାଜିଲ୍ ଥିଲେ। ସେହି ସମୟରେ ଜାପାନରେ ସର୍ବାଧିକ ୮୧ ଲକ୍ଷ ଗାଡ଼ି ଉତ୍ପାଦନ ହେଉଥିଲା। ଏହାର ଦଶ ବର୍ଷ ପରେ ଅର୍ଥାତ ୨୦୦୯ ସୁଦ୍ଧା ଗାଡ଼ି ଉତ୍ପାଦନରେ ଚୀନ୍‌ ବହୁତ ଆଗକୁ ବଢ଼ି ଏକ ନମ୍ବର ସ୍ଥାନରେ ପହଞ୍ଚିଯାଇଥିଲା। ଏହା ପଛକୁ ଜାପାନ, ଜର୍ମାନି, ଦକ୍ଷିଣ କୋରିଆ, ବ୍ରାଜିଲ, ଆମେରିକା, ଭାରତ, ଫ୍ରାନ୍ସ, ସ୍ପେନ୍ ଓ ଇରାନ ରହିଥିଲେ। ୨୦୦୯ରେ ଚୀନ୍‌ରେ ୧.୦୩ କୋଟି ଗାଡ଼ି ଉତ୍ପାଦନ ହୋଇଥିଲା। ଭାରତ ସେହି ସମୟରେ ୧୧.୮ ଲକ୍ଷ ଗାଡ଼ି ଉତ୍ପାଦନ କରିଥିଲା।publive-image

୨୦୧୯ରେ ଗାଡ଼ି ଉତ୍ପାଦନର ଦୃଶ୍ୟପଟ୍ଟ ଆହୁରି ବଦଳିଯାଇଥିଲା। ମାତ୍ର ଚୀନ୍ ଏକ ନମ୍ବର ସ୍ଥାନ ବଜାୟ ରଖିବାରେ ସଫଳ ହୋଇଛି। ୨୦୧୯ରେ ଚୀନ୍‌ରେ ୨.୧୩ କୋଟି ଗାଡ଼ି ଉତ୍ପାଦନ ହୋଇଥିଲା। ୨୦୦୯ରେ ଭାରତ ସାତ ନମ୍ବର ସ୍ଥାନରେ ଥିଲା। ପରର୍ବତୀ ଦଶ ବର୍ଷ ଭିତରେ ଭାରତରେ ବହୁତ ଅଧିକ ଗାଡ଼ି ଉତ୍ପାଦନ ହେବାରୁ ୨୦୧୯ ସୁଦ୍ଧା ଏହା ଚତୁର୍ଥ ସ୍ଥାନକୁ ଉନ୍ନୀତ ହୋଇଛି। ୨୦୧୯ରେ ଭାରତରେ ୩୬.୨ ଲକ୍ଷ ଗାଡ଼ି ଉତ୍ପାଦନ କରାଯାଇଛି। ଏହି ବର୍ଷର ତାଲିକାରେ ଚୀନ୍ ଏକ ନମ୍ବର ସ୍ଥାନରେ ଥିବା ବେଳେ ଏହା ପଛକୁ ଜାପାନ, ଜର୍ମାନି, ଭାରତ, ଦକ୍ଷିଣ କୋରିଆ, ଆମେରିକା, ବ୍ରାଜିଲ, ସ୍ପେନ୍, ଫ୍ରାନ୍ସ ଓ ରୁଷିଆ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe