ଚଳିତ ବର୍ଷ ଭାରତ ଛାଡିଛନ୍ତି ୮ ହଜାର କୋଟିପତି, ମାନ୍ଦାବସ୍ଥାର ଭୟ ନା ଅନ୍ୟକିଛି ?

1,675

କନକ ବ୍ୟୁରୋ : ସାରା ବିଶ୍ୱରେ ଏବେ ଧନୀକଙ୍କ ସଂଖ୍ୟା ବୃଦ୍ଧିପାଇବାରେ ଲାଗିଛି । ସେପଟେ ଭାରତରେ କୋଟିପତିଙ୍କ ତାଲିକାରେ ଦୈନିକ ନୂଆ ନୂଆ ନାମ ଯୋଡି ହେବାରେ ଲାଗିଛି । ଏହାରି ଭିତରେ ଏକ ଖବର ଆସିଛି କି ବର୍ଷ ୨୦୨୨ ରେ ଭାରତରୁ ୮ ହଜାର କୋଟିପତି ଦେଶଛାଡି ବିଦେଶ ପଳାଇଯାଇଛନ୍ତି । ହେନଲେ ଆଣ୍ଡ ପାର୍ଟନର୍ସ ରିପୋର୍ଟ ମୁ୍ତାବକ ଚଳିତ ବର୍ଷ ୮ ହଜାରରୁ ଅଧିକ କୋଟିପତି ଭାରତ ଛାଡିଛନ୍ତି । କୋଟିପତିମାନଙ୍କ ପଳାୟନ ତାଲିକାରେ ସାରା ବିଶ୍ୱରେ ଭାରତର ସ୍ଥାନ ତୃତୀୟକୁ ବୃଦ୍ଧି ପାଇଛି । ଏହି ତାଲିକାରେ ପ୍ରଥମ ସ୍ଥାନରେ ଋଷ ଓ ଦ୍ୱିତୀୟ ସ୍ଥାନରେ ଚୀନ ରହିଛି ।

ବିଜନେସ ଇନସାଇଡରରେ ଛପାଯାଇଥିବା ହନଲେ ଆଣ୍ଡ ପାର୍ଟନର୍ସର ଏକ ରିପୋର୍ଟରେ ସ୍ପଷ୍ଟ କୁହାଯାଇଛି କି ଭାରତ ସମେତ ଅନେକ ଦେଶର କୋଟିପତିମାନେ ଦେଶଛାଡି ନୂଆ ଠିକଣାକୁ ପଳାଇଯାଇଛନ୍ତି । ଏହି ତାଲିକାରେ ପ୍ରଥମ ସ୍ଥାନରେ ଥିବା ଋଷରୁ ୧୫ ହଜାର କୋଟିପତି, ଦ୍ୱିତୀୟ ସ୍ଥାନରେ ଥିବା ଚୀନରୁ ୧୦ ହଜାର କୋଟିପତି ଓ ଭାରତରୁ ୮ ହଜାର କୋଟିପତି ଦେଶ ଛାଡିଛନ୍ତି ।

ସେପଟେ ଦେଶଛାଡିଥିବା କୋଟିପତିମାନେ ବିଶେଷ ଭାବେ ୟୁଏଇ, ସିଂଗାପୁର, ଓ ଅଷ୍ଟ୍ରେଲିଆ ଭଳି ଦେଶକୁ ପଳାୟନ କରିଛନ୍ତି । ଏହି କ୍ରମରେ ନିଜ ନିଜର ଦେଶଛାଡିଥିବା କୋଟିପତିଙ୍କ ମଧ୍ୟରୁ ୟୁଏଇକୁ ୪ ହଜାର ଅଷ୍ଟ୍ରେଲିଆକୁ ୩.୫ ହଜାର ଓ ସିଂଗାପୁରକୁ ୨.୮୦୦ କୋଟିପତି ପହଂଚିଛନ୍ତି ।