ମହିଳା ଟି-୨୦ ବିଶ୍ୱକପ୍: ଇତିହାସ ରଚି ପ୍ରଥମଥର ପାଇଁ ଟି-୨୦ ବିଶ୍ୱକପ୍ ଫାଇନାଲରେ ପାଦ ଥାପିଲା ଭାରତ । ବର୍ଷା ଯୋଗୁଁ ଭାରତ-ଇଂଲଣ୍ଡ ସେମିଫାଇନାଲ ବାତିଲ ପରେ ପଏଣ୍ଟ ଟେବୁଲ ଆଧାରରେ ହାତେଇଲା ଫାଇନାଲ୍ ଟିକେଟ୍

673

କନକ ବ୍ୟୁରୋ: ମହିଳା ଟି-୨୦ ବିଶ୍ୱକପର ଫାଇନାଲରେ ପହଂଚିଛି ଭାରତ । ବର୍ଷା ଯୋଗୁଁ ଆଜି ଭାରତ- ଇଂଲଣ୍ଡ ମ୍ୟାଚକୁ ରଦ୍ଦ କରାଯାଇଛି । ଫଳରେ ପଏଂଟ ଟେବୁଲ ଆଧାରରେ ସିଧା ଫାଇନାଲକୁ ଉନ୍ନୀତ ହୋଇଛି ଭାରତୀୟ ମହିଳା କ୍ରିକେଟ ଟିମ୍ । ଏଥିସହ ପ୍ରଥମ ଥର ପାଇଁ ମହିଳା ଟି-୨୦ ବିଶ୍ୱକପର ଫାଇନାଲ ଖେଳିବା ସୁଯୋଗ ପାଇଛି ଭାରତ ।

ଆଇସିସିର ନିୟମ ଅନୁସାରେ ମ୍ୟାଚର ଫଳାଫଳ ନିର୍ଣ୍ଣୟ ପାଇଁ ୧୦ ଓଭର ଲେଖାଏଁ ମ୍ୟାଚ ଖେଳାଯିବ କଥା । ହେଲେ ବର୍ଷା ଥମିବାର ସମ୍ଭାବନା ଦେଖାନଯିବାରୁ ଭାରତକୁ ବିଜେତା ଘୋଷିତ କରାଯାଛି । ଏଥିସହ ସେମିଫାଇନାଲ ପାଇଁ ରିଜର୍ଭ ଡେ ପ୍ରସ୍ତାବକୁ ମଧ୍ୟ ଆଇସିସି ପ୍ରତ୍ୟାଖ୍ୟାନ କରିବାରୁ ଭାରତକୁ ଫାଇନାଲ ଟିକଟ ମିଳିଛି ।

ସେହିପରି ଆଜି ଖେଳାଯିବାକୁ ଥିବା ଦ୍ୱିତୀୟ ସେମିଫାଇନାଲ ମଧ୍ୟ ବର୍ଷା ଯୋଗୁଁ ରଦ୍ଦ ହେବାର ଆଶଙ୍କା ରହିଛି । ଦ୍ୱିତୀୟ ସେମିଫାଇନାଲରେ ମୁହାଁମୁହିଁ ହେବେ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ଟିମ୍ । ଯଦି ଦ୍ୱିତୀୟ ସେମିଫାଇନାଲ ବର୍ଷା ଯୋଗୁଁ ରଦ୍ଦ ହୁଏ, ତେବେ ପଏଂଟ ଆଧାରରେ ଦକ୍ଷିଣ ଆଫ୍ରିକାକୁ ଫାଇନାଲ ଟିକେଟ ମିଳିବ ।