କନକ ବ୍ୟୁରୋ : ଆମେରିକାଠୁ ଭାରତ କିଣିବାକୁ ଥିବା ପ୍ରେଡିଏଟର ଆର୍ମ ଡ୍ରୋନ ଯୋଜନାକୁ ରଦ୍ଦ କରାଯାଇଛି । ଏହି ଯୋଜନାକୁ ରଦ୍ଦ କରିଛି ନିଜେ ଭାରତ । ପୂର୍ବରୁ ଭାରତ ଆମେରିକାଠୁ ଅନେକ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର କିଣିଛି । କିନ୍ତୁ ବର୍ତ୍ତମାନ ଆମେରିକାଠୁ କିଣିବାକୁ ଥିବା ୩ଅରବ ଡଲାରର ଚୁକ୍ତିକୁ ରଦ୍ଦ କରିଦେଇଛି ଭାରତ । ତେବେ ଭାରତର ଏପରି ନିଷ୍ପତ୍ତି ନେବା ପଛର କାରଣ କରଣ ରହିଛି ଆସନ୍ତୁ ଜାଣିବା...
ଭାରତ ଏବେ ନିଜର ସ୍ୱଦେଶୀ ଜ୍ଞନକୌଶଳ ଦ୍ୱାରା ଅସ୍ତ୍ରଶସ୍ତ୍ରକୁ ବିକଶିତ କରିବାକୁ ଚାହୁଁଛି । ଏହି କାରଣ ପାଇଁ ଆମେରିକା ସହ ହୋଇଥିବା ୩ଅରବ ଡଲାରର ଚୁକ୍ତିକୁ ରଦ୍ଦ କରିଦେଇଛି ଭାରତ । କାରଣ ଭାରତ ପାଖରେ ପ୍ରେଡିଏଟର ଡ୍ରୋନ୍ ନିର୍ମାଣ କରିବାକ ଜ୍ଞାନକୌଶଳ ଏବଂ କ୍ଷମତା ରହିଛି । ବର୍ତ୍ତମାନ ଭାରତ ଅଜ୍ରାଇଲରୁ ଆସିଥିବା ଡ୍ରୋନକୁ ନୂତନ ଶୈଳିରେ ଅପଗ୍ରେଡ୍ କରୁଛି । ଏଥିରେ ମିଜାଇଲ ଖଞ୍ଜାଯିବାଠୁ ଆରମ୍ଭ କରି ଲେଜର ବୋମା ନିକ୍ଷେପ କଲା ଭଳି ଏହି ଡ୍ରୋନକୁ ଅପଗ୍ରେଡ୍ କରାଯାଉଛି । ଭାରତ ପାଖରେ ଏହି ପ୍ରେଡିଏଟିକ୍ ଡ୍ରୋନ୍ ନିର୍ମାଣର କୌଶଳ ଥିବା ବେଳେ ଅନ୍ୟ ଦେଶଙ୍କଠୁ ଭାରତ କାହିଁକି ଡ୍ରୋନ୍ କିଣିବ । ଏହି କାରଣ ପାଇଁ ଭାରତ ଆମେରିକା ସହ ହୋଇଥାବି ଚୁକ୍ତିକୁ ଏକପ୍ରକାର ରଦ୍ଦ କରିଦେଇଛି

Advertisment