କନକ ବ୍ୟୁରୋ : ଡୋନାଲ୍ଡ ଟ୍ରମ୍ପ ଜୁନିୟରଙ୍କ ମୁହଁରେ ଭାରତର ପ୍ରଶଂସା । ଆମେରିକା ରାଷ୍ଟ୍ରପତି ନିର୍ବାଚନ ପ୍ରଚାର ପାଇଁ ଏବେ ମୈଦାନକୁ ଓହ୍ଳାଇଛନ୍ତି ଜୁନିୟର ଟ୍ରମ୍ପ । ଏହାରି ଭିତରେ ପ୍ରଧାନମନ୍ତ୍ରୀ ମୋଦୀ ଓ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମ୍ପର୍କର ବେଶ ପ୍ରଶଂସା କରି ଏହି ବନ୍ଧୁତା ଅତୁଳନୀୟ ବୋଲି କହିଛନ୍ତି ଜୁନିୟର ଟ୍ରମ୍ପ ।

Advertisment

ସେପଟେ ଜୁନିୟର ଟ୍ରମ୍ପ କହିଛନ୍ତି, ଡେମୋକ୍ରାଟ ଦଳର ରାଷ୍ଟ୍ରପତି ପ୍ରାର୍ଥି ଜୋ ବାଇଡେନ ଚୀନ୍ ପ୍ରତି ଟିକେ ଦୁର୍ବଳ ରହିପାରନ୍ତି ଯାହା ଭାରତ ସହ ଆମେରିକାର ସମ୍ପର୍କକୁ ପ୍ରଭାବିତ କରିପାରେ ।