ପୋଷ୍ଟ ଅଫିସ,ପେ ଟିଏମ୍ ନା ଏୟାରଟେଲ୍ ପେମେଣ୍ଟ ବ୍ୟାଙ୍କ ! ଜାଣନ୍ତୁ କେଉଁ ପେମେଣ୍ଟ ବ୍ୟାଙ୍କ୍ କେତେ ସୁରକ୍ଷିତ ।

53

ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କକୁ ଲଞ୍ଚ୍ କରିଛନ୍ତି । ସେପ୍ଟେମ୍ବର ୧ ତାରିଖରୁ ଏହାର ୬୫୦ ଶାଖା ମଧ୍ୟ କାର୍ଯ୍ୟ କରିବା ଆରମ୍ଭ କରିଦେଇଛି । ତେବେ ଡାକ ବିଭାଗ ତରଫରୁ ଆରମ୍ଭ କରାଯାଇଥିବା ଏହା ପ୍ରଥମ ପେମେଣ୍ଟ୍ ବ୍ୟାଙ୍କ ନୁହଁ । ଏହା ପୂର୍ବରୁ ଏୟାରଟେଲ୍,ପେଟିଅମ୍ ଏବଂ ଆଇଡିଆ ମଧ୍ୟ ନିଜର ପେମେଣ୍ଟସ୍ ବ୍ୟାଙ୍କ ଲଞ୍ଚ୍ କରିଦେଇଛି । ଏହିସବୁ ପେମେଣ୍ଟସ୍ ବ୍ୟାଙ୍କ ଅପେକ୍ଷା ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ଆପଣଙ୍କ ପାଇଁ କେତେ ଉପଯୁକ୍ତ ତାହା ଜାଣିରଖନ୍ତୁ ।

ସଞ୍ଚୟ ଖାତା ଉପରେ ସୁଧ :

ସଞ୍ଚୟ ଖାତା ଉପରେ ସୁଧ ଦେବାରେ ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ସର୍ବାଗ୍ରେ ରହିଛି । ଏହା ସଞ୍ଚୟ ଖାତାରେ ୫.୫ ପ୍ରତିଶତ ସୁଧ ଦେଇଥାଏ । ଯେବେକି ପେଟିଏମ୍ ଏବଂ ଏୟାରଟେଲ୍ ପେମେଣ୍ଟ ବ୍ୟାଙ୍କ ୪ ପ୍ର୍ରତିଶତ ଏବଂ ଆଦିତ୍ୟ ବିର୍ଲା ପେମେଣ୍ଟ ବ୍ୟାଙ୍କ ୪ ପ୍ର୍ରତିଶତ ସାପ୍ତାହିକ ଆଧାରରେ ସୁଧ ଦେଉଛି ।

ସର୍ବନିମ୍ନ ଜମାରାଶି :

ଏହି ମାମଲାରେ ତିନି ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ମଧ୍ୟରେ ବିଶେଷ ଅନ୍ତର ନାହିଁ । ଆପଣ ଯେ କୌଣସି ପେମେଣ୍ଟ ବ୍ୟାଙ୍କରେ ଖାତା ଖୋଲିଲେ ମଧ୍ୟ ଏଠାରେ ଆପଣଙ୍କୁ ସର୍ବନିମ୍ନ ଜମାରାଶି ରଖିବା ପାଇଁ ସୁବିଧା ଦିଆଯାଇନାହିଁ । ଅନ୍ୟପକ୍ଷେ ଏୟାରଟେଲ୍, ଆଦିତ୍ୟ ବିର୍ଲା ଏବଂ ପେଟିଏମ୍ ଆପଣଙ୍କୁ ଡିଜିଟାଲ୍ ତଥା ଇନଷ୍ଟାଣ୍ଟ୍ ବ୍ୟାଙ୍କିଂର ସୁବିଧା ପ୍ରଦାନ କରୁଛି ।

ନେଟୱାର୍କ :

ନେଟୱାର୍କ ମାମଲାରେ ପୋଷ୍ଟ ଅଫିସ ସର୍ବାଗ୍ରେ ରହିଛି । ପୋଷ୍ଟ ଅଫିସର ନେଟୱାର୍କ ଖୁବ୍ ବଡ ନେଟସ୍ୱାର୍କ । ସେପ୍ଟେମ୍ବର ୧ ତାରିଖରୁ ପୋଷ୍ଟ ଅଫିସ ପେମେଣ୍ଟ ବ୍ୟାଙ୍କ ୬୫୦ ଶାଖାରେ କାମ ଆରମ୍ଭ କରିସାରିଛି । ଆଗାମୀ ସମୟରେ ପୋଷ୍ଟ ଅଫିସର ସବୁ ଶାଖା ପେମେଣ୍ଟ ବ୍ୟାଙ୍କର ସେବା ଦେବା ଆରମ୍ଭ କରିଦେବ ।

ବ୍ୟାଙ୍କିଙ୍ଗ୍ :

ଏହି ମାମଲାରେ ମଧ୍ୟ ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ଆଗରେ ରହିଛି । ଆଇପିପିବି ଆପଣଙ୍କୁ ଡୋରଷ୍ଟେପ ବ୍ୟାଙ୍କିଙ୍ଗର ସୁବିଧା ମଧ୍ୟ ଯୋଗାଇ ଦେବାକୁ ଯାଉଛି । ଏମିତିକି ବ୍ୟାଙ୍କ୍ ଖାତା ଖୋଲିବା ପାଇଁ ଏଜେଣ୍ଟ୍ ମଧ୍ୟ ଆପଣଙ୍କ ଘରକୁ ଆସି ବିବରଣୀ ବୁଝାଇ ଦେଇଯିବେ ।