୨୦୨୦ରେ ଇସ୍ରୋ ଆରମ୍ଭ କରିବ ସୂର୍ଯ୍ୟ ଅଭିଯାନ, ଜାଣନ୍ତୁ କଣ ରହିଛି ଏହି ମିଶନ ପଛର ଉଦ୍ଦେଶ୍ୟ?

୨୦୨୦ରେ ଇସ୍ରୋ ଆରମ୍ଭ କରିବ ସୂର୍ଯ୍ୟ ଅଭିଯାନ, ଜାଣନ୍ତୁ କଣ ରହିଛି ଏହି ମିଶନ ପଛର ଉଦ୍ଦେଶ୍ୟ?

ଚନ୍ଦ୍ରଯାନ-୨ର ସଫଳ ଉତକ୍ଷେପଣ ପରେ ଏବେ ଇସ୍ରୋର ନଜର ସୂର୍ଯ୍ୟଙ୍କ ଉପରେ । ମଙ୍ଗଳ ଓ ଚନ୍ଦ୍ରକୁ ସଫଳ ଯାତ୍ରା ପରେ ଆସନ୍ତାବର୍ଷ ପ୍ରଥମାର୍ଦ୍ଧରେ ସୂର୍ଯ୍ୟ ଅଭିଯାନ ଆରମ୍ଭ କରିବ ଇସ୍ରୋ । ପୂର୍ବରୁ ଏହି ଅଭିଯାନର ନାମ ଆଦିତ୍ୟ-୧ ଥିବାବେଳେ ଏବେ ଏହାର ନାମ ଆଦିତ୍ୟ ଏଲ-୧ ମିଶନ ବୋଲି ନାମିତ କରାଯାଇଛି । ଆଦିତ୍ୟ-୧ର ଲକ୍ଷ୍ୟ ଥିଲା ସୂର୍ଯ୍ୟର କରୋନାର ଅଧ୍ୟୟନ, କିନ୍ତୁ ଆଦିତ୍ୟ ଏଲ-୧ ମିଶନର ଲକ୍ଷ୍ୟ ହେଉଛି କରୋନା ସହ ସୂର୍ଯ୍ୟର ଫଟୋସ୍ପେୟର (ସୂର୍ଯ୍ୟରୁ ନିର୍ଗତ ହେଉଥିବା ଏକ୍ସ-ରେ ଓ ଅତିବାଇଗିଣୀ ରଶ୍ମୀ )ସଂପର୍କରେ ଅଧ୍ୟୟନ କରିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି ।

କରୋନୋଗ୍ରାଫ ଯନ୍ତ୍ର ଦ୍ୱାରା ଏହି ଉପଗ୍ରହ ସୂର୍ଯ୍ୟର ଅଧ୍ୟୟନ କରିବ ଯେଉଁଥିରେ ଅତି ବାଇଗଣୀ ରଶ୍ମୀ,ସୌର ଝଡ଼ ଓ ବିଭିନ୍ନ ପ୍ରକାର ବିକିରଣ ସମ୍ବନ୍ଧରେ ସୂଚନା ପ୍ରଦାନ କରିବ। ଏହି ଉପଗ୍ରହ ମାଧ୍ୟମରେ ସବୁଠୁ ଚମତ୍କାରୀ‘ସୌର ମେକ୍ସିମା’ ସମ୍ବନ୍ଧରେ ମଧ୍ୟ ତଥ୍ୟ ମିଳିପାରିବ।

ଉଲ୍ଲେଖଯୋଗ୍ୟ ଯେ,ପ୍ରତି ୧୧ ବର୍ଷରେ ଥରେ ସୂର୍ଯ୍ୟ ନିଜ କକ୍ଷପଥରେ ପରିକ୍ରମଣ କରିବାକୁ ସୌର ମେକ୍ସିମା କୁହାଯାଏ। ଏହା ପ୍ରଭାବରେ ପୃଥିବୀ ପୃଷ୍ଠରେ ଅନେକ ପ୍ରାକୃତିକ ପରିବର୍ତ୍ତନ ମଧ୍ୟ ଦେଖାଯାଇଥାଏ। ଶେଷଥର ପାଇଁ ୨୦୧୨ ମସିହାରେ ଏହା ହୋଇଥିଲା,ଯେଉଁଥିପାଇଁ ସେତେବେଳେ ପୃଥିବୀ ଧ୍ୱଂସ ହେବା ନେଇ ଚର୍ଚ୍ଚା ହେଉଥିଲା। ସୂର୍ଯ୍ୟ ଏକ ଜ୍ୱଳନ୍ତ ପିଣ୍ଡ ହୋଇଥିବା ବେଳେ ଏହାର କେନ୍ଦ୍ରରେ ସୃଷ୍ଟି ହେଉଥିବା ରସାୟନିକ ପ୍ରକ୍ରିୟା ସମ୍ପର୍କରେ ମଧ୍ୟ ଆଦିତ୍ୟ ଏଲ-୧ ତଥ୍ୟ ପ୍ରଦାନ କରିବ।

ଇସ୍ରୋ ପ୍ରମୁଖ କେ ଶିଭନ କହିଛନ୍ତି କେବଳ ସୂର୍ଯ୍ୟ ନୁହେଁ ଆଗାମୀ ୨ରୁ ୩ ବର୍ଷ ମଧ୍ୟରେ ଶୁକ୍ର ଗ୍ରହ ବାବଦରେ ଅଧିକ ଜାଣିବା ପାଇଁ ମିଶନ ଆରମ୍ଭ କରାଯିବ । ତେବେ ଆଦିତ୍ୟ ଏଲ-୧ ଅଭିଯାନ ଆରମ୍ଭ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ସୂର୍ଯ୍ୟର ହଜାର ହଜାର କିଲୋମିଟର ପରିବ୍ୟାପ୍ତ ପରିମଣ୍ଡଳ ବାବଦରେ ଅଧିକ ଜାଣିବା । କିଭଳି ସୂର୍ଯ୍ୟର ପରିମଣ୍ଡଳ ଅଧିକ ଉତ୍ତପ୍ତ ରୁହେ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ସୂର୍ଯ୍ୟ ପରିମଣ୍ଡଳର ବିଶ୍ଲେଷଣ ଏଥିପାଇଁ କରାଯାଉଛି କାରଣ ଜଳବାୟୁ ପରିବର୍ତ୍ତନ ଉପରେ ଏହାର ପ୍ରଭାବ ପଡୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe