କନକ ବ୍ୟୁରୋ: ଜାତିସଂଘ ସାଧାରଣ ପରିଷଦ ବୈଠକରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଭତ୍ସନା କରିଛନ୍ତି ଭାରତୀୟ କୂଟନୀତିଜ୍ଞ ସ୍ନେହା ଦୁବେ । ଜାତିସଂଘରେ ଇମ୍ରାନ ଖାନଙ୍କ ବକ୍ତବ୍ୟର କଡା ଜବାବ ରଖିଛନ୍ତି ଏହି ମହିଳା କୂଟନୀତିଜ୍ଞ । ସେ କହିଛନ୍ତି, ପାକିସ୍ତାନ ପାଇଁ ସାରା ବିଶ୍ୱ ସମସ୍ୟାକୁ ସାମ୍ନା କରୁଛି । ପାକିସ୍ତାନ ନିଜ ମାଟିରେ ଆତଙ୍କବାଦୀଙ୍କୁ ପ୍ରଶୟ ଦେଉଥିବାରୁ ସାରା ବିଶ୍ୱ ଏହାର ପରିଣାମ ଭୋଗୁଛି ।

Kanak News is now on WhatsApp
Join and get latest news updates delivered to you via WhatsApp
ସ୍ନେହା ଦୁବେ କହିଛନ୍ତି, ଜାତିସଂଘର ମଞ୍ଚକୁ ବ୍ୟକ୍ତିଗତ ଆକ୍ରୋଶ ବାହାର କରିବା ପାଇଁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଯେପରି ବ୍ୟବହାର କରିଛନ୍ତି ତାହା ଗ୍ରହଣୀୟ ନୁହେଁ । ନିଜ ଦେଶରେ ଅମେକ ସମସ୍ୟା ଥାଇ ମୋ ଦେଶକୁ ନେଇ ମନ୍ତବ୍ୟ ଦେବା ଠିକ୍ ନୁହେଁ । ଏମିତି ବିଶ୍ୱ ସମୂହ ଆଗରେ ମୋ ଦେଶକୁ ନେଇ ମିଛ ବୟାନବାଜି କରିବା ଆଉ ଏନେଇ ଜାତିସଂଘ ମଞ୍ଚକୁ ବ୍ୟବହାର କରିବା ପାକିସ୍ତାନର ଛୋଟ ମନୋବୃତ୍ତିକୁ ଦର୍ଶାଉଛି । ତେବେ ଏହା ପ୍ରଥମ ଥର ନୁହେଁ ପାକିସ୍ତାନ ନେତା ଏହି ପ୍ଲାଟଫର୍ମକୁ ଭୁଲ ଭାବେ ନିଜ ସ୍ୱାର୍ଥ ପାଇଁ ବ୍ୟବହାର କରିଛନ୍ତି । ମୋ ଦେଶକୁ ନେଇ ମନ୍ତବ୍ୟ ନଦେଇ ନିଜ ଦେଶରେ ହେଉଥିବା ଆତଙ୍କବାଦକୁ ରୋକିବା ଆବଶ୍ୟକ । ହେଲେ ପାକିସ୍ତାନ ତାହା ନକରି ଓଲଟା ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଯୋଗାଇ ଆସୁଛି ।
ତେବେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ନିଜ ବକ୍ତବ୍ୟରେ ଜମ୍ମୁ-କାଶ୍ମୀର ପ୍ରସଙ୍ଗ ଉଠାଇଥିଲେ । ଜାତିସଂଘରେ ଇମ୍ରାନ ଖାନ୍, ମୋଦୀ ସରକାଙ୍କ ଦ୍ୱାରା ଜମ୍ମୁ-କାଶ୍ମୀରରୁ ଧାରା ୩୭୦-ଏ ଉଚ୍ଛେଦ ପ୍ରସଙ୍ଗ ଉଠାଇଥିଲେ । ଯାହାର ଉତ୍ତର ରଖିଛନ୍ତି ଭାରତର ମହିଳା କୂଟନୀତିଜ୍ଞ । ସ୍ନେହା ଦୁବେ ଆହୁରି ମଧ୍ୟ କହିଛନ୍ତି, ପାକିସ୍ତାନ ଆତଙ୍କବାଦକୁ ପ୍ରୋତ୍ସାହନ ଦେବା, ଆତଙ୍କବାଦୀଙ୍କୁ ଶରଣ ଦେବା ସେମାନଙ୍କୁ ସୁରକ୍ଷା ପ୍ରଦାନ କରିବାର ଅନେକ ଉଦାହରଣ ରହିଛି । କେବଳ ସେତିକି ନୁହେଁ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଇବା ଠାରୁ ଆରମ୍ଭ କରି ସେମାନଙ୍କୁ ଶରଣ ଦେବାର ରେକର୍ଡ ରହିଛି ପାକିସ୍ତାନ ପାଖରେ । ଗତ କିଛି ଦିନ ଆଗରୁ ୯/୧୧ ଆତଙ୍କବାଦୀ ଆକ୍ରମଣର ୨୦ ବର୍ଷ ପୂରଣ କରିଛି ଆମେରିକା ଆଉ ଏହି ଆକ୍ରମଣର ମାଷ୍ଟର ମାଇଣ୍ଡ ଓସାମା ବିନ୍ ଲାଡେନକୁ ପାକିସ୍ତାନ ଯେପରି ନିଜ ଦେଶରେ ଲୁଚାଇଥିଲା ତାହା ସାରା ବିଶ୍ୱ ଦେଖିଛି । ତେବେ ଦୁଃଖର କଥା ଆଜି ବି ପାକିସ୍ତାନ ପ୍ରଧାନମନ୍ତ୍ରୀ ଆତଙ୍କବାଦୀଙ୍କୁ ପ୍ରତ୍ୟକ୍ଷ ଭାବେ ସମର୍ଥନ କରୁଥିବା ତାଙ୍କ କଥାରୁ ସଫା ସଫା ବାରି ହୋଇ ପଡୁଛି । ତେବେ ପାକିସ୍ତାନର ଏଭଳି କାର୍ଯ୍ୟକଳାପକୁ ଆଦୌ ସହ୍ୟ କରାଯିବ ନାହିଁ ।
ଜାତିସଂଘରେ ନିଜ ଉତ୍ୟକ୍ତ ବୟାନରେ ପାକିସ୍ତାନର ଇମ୍ରାନ ସରକାରଙ୍କୁ ଟାର୍ଗେଟ କରିଥିବା ଭାରତୀୟ କୂଟନୀତିଜ୍ଞ ସ୍ନେହା ଦୁବେ ଏବେ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲିଟିଛନ୍ତି । ତେବେ କିଏ ଏହି ଭାରତୀୟ କୂଟନୀତିଜ୍ଞ..
- ସ୍ନେହା ୨୦୧୨ ବ୍ୟାଚର ଆଇଏଫଏସ ଅଧିକାରୀ
- ଗୋଆରେ ତାଙ୍କ ସ୍କୁଲ ପାଠପଢା ଶେଷ ହୋଇଛି
- ପରେ ସେ ପୁଣେ ଫରଗୁସନ କଲେଜ୍ରେ ନିଜ ପାଠ୍ୟକ୍ରମ ଶେଷ କରିଛନ୍ତି
- ସେ ଜେଏନ୍ୟୁରେ ଇଣ୍ଟରନ୍ୟାସନାଲ ଷ୍ଟଡିଜରେ ନିଜ ଏମଫିଲ୍ ଡିଗ୍ରୀ ହାସଲ କରିଛନ୍ତି