୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧର କାହାଣୀ । ଭାରତୀୟ ସେନା ବାହିନୀର ଫିଲ୍ଡ ମାର୍ସାଲ ସାମ ମାନେକସା ପାକିସ୍ତାନକୁ ଦେଇଥିଲେ ଚେତାବନୀ । କହିଥିଲେ, ଆତ୍ମସମର୍ପଣ କର ନଚେତ ଆମେ ତୁମକୁ ଫୋଛିନେବୁ 

245

କନକ ବ୍ୟୁରୋ : ୧୯୭୧ ମସିହାରେ ଯେତେବେଳେ ପାକିସ୍ତାନ ସହିତ ଭାରତର ଯୁଦ୍ଧ ଚାଲିଥିଲା ସେତେବେଲେ ଫିଲ୍ଡ ମାର୍ସାଲ ସାମ ମାନେକସା କହିଥିଲେ, ତୁମେ ଆତ୍ମସମର୍ପଣ କର ନଚେତ ଆମେ ତୁମକୁ ଫୋଛିନେବୁ । ମାନେକ ସାଙ୍କ କଥା ସତ ହୋଇଥିଲା । ସାରା ବିଶ୍ୱ ଦେଖିଥିଲା କିପରି ୯୩ ହଜାର ପାକିସ୍ତାନ ସୈନ୍ୟ ଆତ୍ମସମର୍ପଣ କରିଥିଲେ । ୧୯୭୧ ମସିହାରେ ଏହି ଯୁଦ୍ଧ ଲଢାଯାଇଥିଲା ପାକିସ୍ତାନ ଏବଂ ବାଂଲାଦେଶର ମୁକ୍ତି ବାହିନୀ ଏବଂ ଭାରତୀୟ ସେନା ମଧ୍ୟରେ । ଭାରତୀୟ ସେନାର ନେତୃତ୍ୱ ନେଉଥିଲେ ଫିଲଡ ଜେନେରାଲ ସାମ ମାନେକ ସା ।

ଯୁଦ୍ଧର ଆରମ୍ଭ ହୋଇଥିଲା କିଛି ଏହିପରି । ୧୯୭୦ ମସିହାରେ ପାକିସ୍ତାନରେ ହୋଇଥିବା ନିର୍ବାଚନରେ ଆୱାମି ଲିଗର ବିଜୟକୁ ସହଜରେ ଗ୍ରହଣ କରୁନଥିଲା ପାକିସ୍ତାନ ସରକାର । ଫଳରେ ଆୱାମୀ ଲିଗର ନେତା ଶେଖ ମୁଜିବୁର ରେହମାନ ସାରା ଦେଶରେ ଆନ୍ଦୋଳନକୁ ଓହ୍ଲାଇଥିଲେ । ପାକିସ୍ତାନର ଭୟ ଥିଲା ପୂର୍ବ ପାକିସ୍ତାନ ଅଧିକ ସ୍ୱାଧୀନତା ଦାବି କରିବ । ଏହି ଭୟରେ ପାକିସ୍ତାନ ସରକାର ରେହେମାନଙ୍କୁ ଗିରଫ କରି ଲାହୋର ଜେଲରେ ବନ୍ଦୀ କଲେ । ତାଙ୍କ ବିରୋଧରେ ଅଭିଯୋଗ ଥିଲା ଦେଶଦ୍ରୋହର । ରହମାନଙ୍କୁ ଗିରଫ କରିବା ପରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ୟାହିୟା ଖାନ ବିଦ୍ରୋହକୁ ରୋକିବା ପାଇଁ ଜେନେରାଲ ଟିକା

ମାର୍ଚ୍ଚ-୧୯୭୧ । ଟିକା ଖାନ ବାଂଲାଦେଶର ନେତା, ଛାତ୍ର ଏବଂ ସଂଖ୍ୟାଲଘୁଙ୍କ ଉପରେ କଟକଣା ଲଗାଇବା ଆରମ୍ଭ କରିଦେଲେ । ଟିକା ଖାନଙ୍କ ଏହି କାର୍ଯ୍ୟ କୌଣସି ଅପରାଧିକ ଯୁଦ୍ଧ ଠାରୁ କମ ନଥିଲା । ପାକିସ୍ତାନ ସେତେବେଳେ ଭାରତକୁ ଏହି ଯୁଦ୍ଧ ଭିତରକୁ ଟାଣି ଆଣିିଥିଲା  ଯେତେବେଳେ ଡିସେମ୍ବର ୩ ତାରିଖରେ ପାକିସ୍ତାନ ବାୟୁ ସେନା ଭାରତର ଏୟାର ବେସ ଅମୃତସର, ଅମ୍ବାଲା, ଆଗ୍ରା, ଅୱନ୍ତିପୁର, ବିକାନେର, ହଲୱାରା, ଜୋଧପୁର, ଜୈସାଲମେର, ପଠାନକୋଟ, ଭୁଜ, ଶ୍ରୀନଗର, ଉତରଲାଇ ଉପରେ ଆକ୍ରମଣ କରିଥିଲା । ସେହି ସମୟରେ ଭାରତୀୟ ସେନା ଏହାର କଡା ଯବାବ ଦେଇଥିଲା । ଏଥିସହିତ ପୂର୍ବ ପାକିସ୍ତାନ ଭିତରେ ପଶିବା ଆରମ୍ଭ କରିଥିବା ଭାରତୀୟ ବାୟୁସେନା

ଡିସେମ୍ବର ୧୪ ସୁଦ୍ଧା ଏହା ସ୍ପଷ୍ଟ ହୋଇଯାଇଥିଲା ଯେ ପାକିସ୍ତାନର ସେନା ବାହିନୀ କ୍ଷମତା ହରାଉଛି । ସେମାନଙ୍କ ସଂଖ୍ୟା କମି କମି ଯାଉଛି । ଫିଲଡ ମାର୍ସାଲ ମାନେକ ସା ପାକିସ୍ତାନ ସେନାର କମାଣ୍ଡୋ ନିଆଜିଙ୍କୁ ଭାରତୀୟ ସେନା ସମ୍ମୁଖରେ ବିନା ସର୍ତରେ ଆତ୍ମସମର୍ପଣ କରିବାକୁ କହିଛନ୍ତି । ୧୯୭୧ ମସିହା ଡିସେମ୍ବର ୧୬ ତାରିଖରେ ୯୩ ହଜାର ପାକିସ୍ତାନ ସୈନ୍ୟ ଭାରତୀୟ ସେନା ପାଖରେ ଆତ୍ମସମର୍ପଣ କରିଥିଲେ । ଦ୍ୱିତୀୟ ବିଶ୍ୱଯୁଦ୍ଧ ଠାରୁ ଏ ପର୍ଯ୍ୟନ୍ତ ଏହା ସବୁଠାରୁ ବଡ ଆତ୍ମସମର୍ପଣ ବୋଲି କୁହାଯାଉଛି ।