ସୁଧୁରିବ କି ସ୍ଥିତି ? ଭାରତ-ପାକିସ୍ତାନ ମଧ୍ୟରେ ନିର୍ମାଣ ହେବ ତୀର୍ଥ କରିଡର !

28

କନକ ବ୍ୟୁରୋ : ପାକିସ୍ତାନରେ ଭାରତୀୟ ଉଚ୍ଚଆୟୁକ୍ତ ଅଜୟ ବିସାରିଆ ସୀମାବର୍ତ୍ତୀ ଅଚଂଳରେ କିଛି ତୀର୍ଥସ୍ଥାନ ନିର୍ମାଣ କରିବା ପାଇଁ ଯୋଜନା ହେଉଥିବା ସୂଚନା ମିଳିଛି । ତେବେ ମିଳିଥିବା ସୂଚନା ଅନୁସାରେ ଭାରତର ଡେରା ବାବା ନାମକ ଜଣେ ବାବା ପାକିସ୍ତାନର ଗୁରୁଦ୍ୱାରା ପର୍ଯ୍ୟନ୍ତ ଏକ କରିଡର ହେବା ପାଇଁ ଯୋଜନା ହେଉଥିବା ଜଣାପଡିଛି । ତେବେ ପଜାଂବର ମୁଖ୍ୟମନ୍ତ୍ରୀ ନଭଜୋତ ସିନ୍ଧୁ ଯେତେବେଳେ ପାକିସ୍ତାନର ଗସ୍ତରେ ଥିଲେ ସେହି ସମୟରେ ଏହି କରିଡର ଉପରେ ଆଲୋଚନା ହୋଇଥିବା ସୂଚନା ମିଳିଛି । ତେବେ ଏହି ଘଟଣା ଉପରେ ଯେତେବେଳେ ତାଙ୍କୁ ପଚରାଯାଇଥିଲା ସେ କହିଥିଲେ ଯେ, ମୁଁ ଗୁରୁନାମକ ଜୟନ୍ତୀର ୫୫୦ ବର୍ଷ ପୂର୍ତ୍ତୀ ଅବସରରେ କରତାପୁର ପର୍ଯ୍ୟନ୍ତ ସଡକ ନିର୍ମାଣ କରିବା ପାଇଁ ପ୍ରସ୍ତୁତ ରହିଛି ।

 

ଏହା କରାଗଲେ ମତେ ଲାଗୁଛି ଯେ, ପଜାଂବର ଜନତା ଅଧିକ ଖୁସି ହେବେ । ଏହାସହ ସିନ୍ଧୁ ଯେତେବେଳେ ପାକିସ୍ତାନ ଗୃରେ ଥିଲେ ସେହି ସମୟରେ ସେଠାକାର ସେନା ଅଧିକାରୀଙ୍କ ସହ ଆଲିଙ୍ଗନ କରିଥିଲେ । ସେହିକାରଣରୁ ସେ ଭାରତରେ ସମାଲୋଚନାର ଶିକାର ମଧ୍ୟ ହୋଇଥିଲେ । ମିଳିଥିବା ସୂଚନା ଅନୁସାରେ ଏକ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ ସିନ୍ଧୁ କହିଛନ୍ତି ଯେ, ପାକିସ୍ତାନ ଗସ୍ତ ବେଳେ ଭାରତ ସହ ପାକିସ୍ତାନ କରିଡର ସମ୍ପର୍କରେ ଆଲୋଚନା ହୋଇଥିଲା । ତେଣୁ ଏହା ହେବାପରେ ତୀର୍ଥଯାତ୍ରୀମାନଙ୍କୁ ଯିବା ଆସିବାରେ ସୁବିଧା ହେବ ବୋଲି ସିନ୍ଧୁ କହିଛନ୍ତି । ଲାହୋରଠାରୁ ଏହା ମାତ୍ର ୧୨୦ କିମି ଦୂରରେ ରହିଛି । ଅନେକ ସମୟରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନାପୂର୍ଣ୍ଣ ବାତାବରଣ ରହିଛି । ଏହାପରେ ସିନ୍ଧୁଙ୍କ ଏପରି ମନ୍ତବ୍ୟପରେ ସାରା ଭାରତରେ ତାଙ୍କୁ ସମାଲୋଚନା କରାଯାଉଇଥିବା ଜଣାପଡିଛି ।