ଭାରତ-ପାକିସ୍ତାନ ମଧ୍ୟରେ ପରମାଣୁ ସ୍ଥଳର ତାଲିକା ବିନିମୟ । ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଦିଆଗଲା ସୂଚନା ।

294

କନକ ବ୍ୟୁରୋ : ଭାରତ ପାକିସ୍ତାନ ମଧ୍ୟରେ ପରମାଣୁ ସ୍ଥଳର ତାଲିକା ବିନିମୟ ।  ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ୩୦ବର୍ଷ ହେଲା ଜାରି ରହିଛି ଏହି ପରମ୍ପରା । ୧୯୮୮ରେ ହୋଇଥିଲା ଚୁକ୍ତି । ଭାରତ ଓ ପାକିସ୍ତାନ ପରସ୍ପରକୁ ନିଜ ନିଜ ଦେଶର ପରମାଣୁ ସ୍ଥଳ ଗୁଡ଼ିକର ତାଲିକା ଦେଇଛନ୍ତି ।

ଏନେଇ ବିଦେଶ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରତିବର୍ଷ ଆରମ୍ଭରେ ଏହି ତାଲିକା ଦିଆନିଆ ହୋଇଥାଏ । ଏନେଇ ୧୯୮୮ ଡିସେମ୍ବର ୩୧ରେ ଉଭୟ ଦେଶ ମଧ୍ୟରେ ଚୁକ୍ତି ସ୍ୱାକ୍ଷର ହୋଇଥିଲା । ଏବଂ ଏହି ଚୁକ୍ତି ୧୯୯୧ରୁ ଲାଗୁ ହୋଇଥିଲା । ୩୦ ବର୍ଷ ହେଲା ଭାରତ ଓ ପାକିସ୍ତାନ ପରମାଣୁ ସ୍ଥଳର ତାଲିକା ବିନିମୟ କରୁଛନ୍ତି ।