ଭାରତ-ପାକିସ୍ତାନ ମ୍ୟାଚ: ଏହି ସବୁ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଉଭୟ ଦେଶର ଖେଳାଳି

148

କନକ ବ୍ୟୁରୋ:  ଆଜି ଟି-୨୦ ବିଶ୍ୱକପର ଜବରଦସ୍ତ ମୁକାବିଲା । ଏହି ମ୍ୟାଚ ଦେଖିବା ପାଇଁ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଛନ୍ତି ଫ୍ୟାନ । କାରଣ ଉଭୟ ଦେଶ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳେ । ବେଳେ ବେଳେ ଏମିତି ହୋଇଛି କି ପଡିଆ ମଝିରେ ମୁହାଁ ମୁହିଁ ହୋଇଛନ୍ତି ଉଭୟ ଦେଶରେ ଖେଳାଳି । ତେବେ ଆସନ୍ତୁ ଜାଣିବା କେଉଁ ଖେଳାଳି କେଉଁ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି

   ଜାଭେଦ ମିଆଁଦାଦ-କିରନ ମୁରେ
ଭାରତ ପାକିସ୍ତାନ ମ୍ୟାଚ ମଧ୍ୟରେ ହୋଇଥିବା ବିବାଦ ମଧ୍ୟରେ ଏହି ଝଗଡା ପ୍ରଥମେ ହୋଇଥିଲା । ପାକିସ୍ତାନର ଜାଭେଦ ମିଆଁଦାଦ ବ୍ୟାଟିଂ କରୁଥିବା ବେଳେ ଏକ ବଲରେ ସେ ବିଟ ହୋଇଥିଲେ, ଆଉ ବଲ ୱିକେଟ କିପର ହାତକୁ ଚାଲିଯାଇଥିଲା । ଏହାକୁ ଆଉଟ ଅପିଲ କରାଯାଇଥିଲେ ବି ଅମ୍ପାୟାର ମନା କରିଦେଇଥିଲେ । ଏହାପରେ ଭାରତୀୟ ୱିକେଟ କିପର କିରନ ମୁରେଙ୍କୁ ଚିଡାଇବା ପାଇଁ ମିଆଁଦାଦ ତାଙ୍କ ସାମ୍ନାରେ ଡିଆଁ ମାରିଥିଲେ । ପରେ ଏହାକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା ।

ସାହିଦ ଆଫ୍ରିଦ-ଗୌତମ ଗମ୍ଭୀର
୨୦୦୭ରେ ଖେଳାଯାଇଥିବା ଏହି ମ୍ୟାଚରେ ଆଫ୍ରିଦ ଓ ଗମ୍ଭୀର ମୁହାଁମୁହିଁ ହୋଇଥିଲେ । ଆଫ୍ରିଦଙ୍କ ଏକ ବଲରେ ଗମ୍ଭୀର ଚୌକା ମାରିବା ପରେ ଆଫ୍ରିଦ ତାଙ୍କୁ ଆକ୍ଷେପ କରିଥିଲେ । ଏହାପରେ ଏକ ରନ ନେବା ବେଳେ ଆଫ୍ରିଦ-ଗମ୍ଭୀର ଧକ୍କା ହୋଇଥିଲେ, ଯାହା ପରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଅବଶ୍ୟ ଏଭଳି ଆଚରଣ ପାଇଁ ଉଭୟଙ୍କ ମ୍ୟାଚ ଫିସ କଟାଯାଇଥିଲା ।

ସୋଏବ ଅଖତର- ରାହୁଲ ଦ୍ରାବିଡ
ରାହୁଲ ଦ୍ରାବିଡଙ୍କୁ ଆମେ ସମସ୍ତେ ଫିଲ୍ଡରେ ଶାନ୍ତ ଦେଖିଥାଉ । ହେଲେ ଭାରତ-ପାକିସ୍ତାନର ଏକ ମ୍ୟାଚରେ ରାହୁଲ ଦ୍ରାବିଡ ଓ ସୋଏବ ଅଖତର ମୁହାଁମୁହିଁ ହୋଇଥିବା ଦେଖିବାକୁ ମିଳିଥିଲା । ଏହି ମ୍ୟାଚରେ ସୋଏବଙ୍କ ଏକ ବଲରେ ଦୁଇ ରନ ନେବାକୁ ଚେଷ୍ଟା କରୁଥିବା ବେଳେ ଦ୍ରାବିଡ, ସୋଏବଙ୍କ ଦେହରେ ଧକ୍କା ହୋଇଯାଇଥିଲେ । ଫଳରେ ସୋଏବ ତାଙ୍କୁ କିଛି କହିଥିଲେ । ଏଥିରେ ଦ୍ରାବିଡ ବିରକ୍ତ ହୋଇ ସୋଏବ ଅଖତରଙ୍କୁ ପାଲଟା ଜବାବ ଦେଇଥିଲେ ।

ହରଭଜନ ସିଂ-ସୋଏବ ଅଖତର
୨୦୧୦ରେ ହୋଇଥିବା ଭାରତ-ପାକିସ୍ତାନ ମ୍ୟାଚ ବେଶ ରୋମାଞ୍ଚକର ରହିଥିଲା । ଏହି ମ୍ୟାଚରେ ମଧ୍ୟ ଉଭୟ ଦେଶ ଖେଳାଳି ମୁହାଁମୁହିଁ ହୋଇଥିଲେ । ଏଥିରେ ସୋଏବ ଓ ହରଭଜନଙ୍କ ଲଢେଇ ଦେଖିବାକୁ ମିଳିଥିଲା । ଏହି ମ୍ୟାଚରେ ଭାରତକୁ ୪ ଓଭରରେ ୪୭ ରନ ଆବଶ୍ୟକ କରୁଥିବା ବେଳେ ହରଭଜନ ଧୂଆଁଧାର ବ୍ୟାାଟିଂ କରି ଦଳଖୁ ବିଜୟୀ କରାଇଥିଲେ । ଏହି ମ୍ୟାଚରେ ହରଭଜନ, ଅଖତରଙ୍କୁ ଜୋରଦାର ଧୂଲେଇ କରିଥିଲେ । ଏହାକୁ ନେଇ ସୋଏବ ଅଖତର ହରଭଜନଙ୍କ ସହ ଯୁକ୍ତିତର୍କ ଆରମ୍ଭ କରିଥିଲେ ।

ଇଶାନ୍ତ ଶର୍ମା-କମରାନ ଆକମଲ
୨୦୧୨ରେ ଭାରତ-ପାକିସ୍ତାନ ମଧ୍ୟରେ ୨ଟି ଟି-୨୦ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏହାର ପ୍ରଥମ ମ୍ୟାଚ ବେଶ ସଂଘର୍ଷପୂର୍ଣ୍ଣ ରହିଥିଲା । ୧୩୩ ରନର ପିଛା କରୁଥିବା ପାକିସ୍ତାନ ବ୍ୟାଟ୍ସମ୍ୟାନମାନେ ଭାରତୀୟ ବୋଲରଙ୍କୁ ସାମ୍ନା କରି ପାରିନଥିଲେ । ଇଶାନ୍ତ ଶର୍ମା ଏହି ମ୍ୟାଚରେ ମହମ୍ମଦ ହାଫିଜ, ସୋଏବ ମଲ୍ଲିକକୁ ଆଉଟ କରିଥିଲେ । ପରେ କମରାନ ଆକମଲଙ୍କୁ ଆଉଟ କରିବା ପରେ କିଛି ଆକ୍ଷେପ କରି କହିଥିଲେ । ଯେଉଁଥିପାଇଁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ।