‘ରଦ୍ଦ ହେଉ ଭାରତ-ପାକିସ୍ତାନ ମ୍ୟାଚ’: କାହିଁକି ଟ୍ୱିଟରରେ କରୁଛି ଏମିତି ଟ୍ରେଣ୍ଡ?

371

କନକ ବ୍ୟୁରୋ: ଆରମ୍ଭ ହୋଇସାରିଛି ଟି-୨୦ ବିଶ୍ୱକପ । ଅକ୍ଟୋବର ୨୪ ତାରିଖରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ । ଏହି ମ୍ୟାଚକୁ ଫ୍ୟାନମାନେ ଉତ୍କଣ୍ଠାର ସହ ଚାହିଁ ରହିଛନ୍ତି । ହେଲେ ଏହାପୂର୍ବ ଟ୍ୱିଟରରେ ଏବେ ଟ୍ରେଣ୍ଡ କରୁଛି, ଭାରତ-ପାକିସ୍ତାନ ମ୍ୟାଚକୁ ରଦ୍ଦ କରାଯାଉ । ହେଲେ କାହିଁକି ଏପରି ଟ୍ରେଣ୍ଡ କରୁଛି ଆସନ୍ତୁ ଜାଣିବା ପୂରା ଘଟଣା ।

ଲଗାତାର ଜମ୍ମୁ କାଶ୍ମୀରରେ ପାକିସ୍ତାନ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ବଢିବାରେ ଲାଗିଛି । ସେପଟେ କିଛି ଦିନ ତଳେ ସାଧାରଣ ନାଗରିକଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ ଆତଙ୍କବାଦୀ । ଆତଙ୍କବାଦୀଙ୍କ ଗୁଳିରେ ଜାମ୍ମୁରେ ଜଣେ ଗୁପଚୁପ ବ୍ୟବସାୟୀଙ୍କ ମୃତ୍ୟୁ ହୋଇଥିଲା । ତେବେ ପାକିସ୍ତାନୀ ଆତଙ୍କବାଦୀ ଏହି କାର୍ଯ୍ୟକଳାପ ପାଇଁ ଏବେ ପାକିସ୍ତାନ ସହ ମ୍ୟାଚ ରଦ୍ଦ କରିବା ପାଇଁ ଦାବି ଉଠାଇଛନ୍ତି ଲୋକେ ।

ଏହି ଦାବି ଏବେ ସୋସିଆଲ ମିଡିଆରେ ମଧ୍ୟ ଜୋର ଧରିଛି । ଭାରତ ପାକିସ୍ତାନ ମ୍ୟାଚ ରଦ୍ଦ କରିବା ପାଇଁ ଟ୍ୱିଟରରେ ମଧ୍ୟ ଟ୍ରେଣ୍ଡ କରୁଛି । ଭାରତ-ପାକିସ୍ତାନ ମଧ୍ୟରେ ଆସନ୍ତା ୨୪ ତାରିଖ ଦିନ ଟି-୨୦ ବିଶ୍ୱକପ ମ୍ୟାଚ ଖେଳାଯିବ ।