ସୁଷମା ସ୍ୱରାଜଙ୍କ ଟ୍ୱିଟ୍, ପାକିସ୍ତାନରେ ଆଣିଲା ଝଡ ! କହିଲେ, ଅପରାଧକୁ ପାକ୍ ଦେଉଛି ପ୍ରସୟ । ପାକ୍ ମନ୍ତ୍ରୀ କହିଲେ ଏହା ବ୍ୟକ୍ତିଗତ ମାମଲା । 

242

କନକ ବ୍ୟୁରୋ : ପାକିସ୍ତାନର ସିନ୍ଧୁ ପ୍ରଦେଶରେ ଦୁଇ ହିନ୍ଦୁ ଭଉଣୀଙ୍କୁ ବଳପୂର୍ବକ ଅପହରଣ ଓ ବିବାହ ମାମଲା ସାମ୍ନାକୁ ଆସିବା ପରେ ଏହି ପ୍ରସଙ୍ଗରେ ଭାରତ କଡା ଆଭିମୁଖ୍ୟ ଗ୍ରହଣ କରିଛି । ଏହି ପ୍ରସଙ୍ଗରେ ରିପୋର୍ଟ ମାଗିଥିଲେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ । ହେଲେ ରିପୋର୍ଟକୁ ନେଇ ପାକ୍ ସୂଚନା ମନ୍ତ୍ରୀ ଫୱାଦ ହୁସେନ ଟ୍ୱିଟ କରି ଲେଖିଥିଲେ ଯେ ଏହା ତାଙ୍କର ବ୍ୟକ୍ତିଗତ ମାମଲା । ଯାହାର କଡା ଜବାବ ଦେଇଛନ୍ତି ସୁଷମା ସ୍ୱରାଜ ।

ସୁଷମାଙ୍କ ଟ୍ୱିଟ ପରେ ପାକରେ ନିଆଁ । ଅପରାଧକୁ ପ୍ରସୟ ଦେଉଛି ପାକ୍ । ପାକିସ୍ତାନ ସୂଚନା ମନ୍ତ୍ରୀଙ୍କ ଉପରେ ସୁଷମାଙ୍କ କ୍ଷୋଭ । ଟ୍ୱିଟ ମାଧ୍ୟମରେ ପାକକୁ ଅପରାଧୀ ସହ ଜଡ଼ିତ କଲେ ସୁଷମା । ଲେଖିଲେ ଭୟଭତାରୁ ଜଣାପଡ଼ୁଛି ଅପରାଧ ସହ ଜଡ଼ିତ ଅଛନ୍ତି ଆପଣ । ସୁଷମାଙ୍କ ଏହି ଟ୍ୱିଟକୁ ନେଇ ବେଶ ସରଗରମ୍ ହୋଇପଡ଼ିଛି ପାକିସ୍ତାନ । ହୋଲି ଦିନ ଦୁଇ ହିନ୍ଦୁ ଯୁବତୀଙ୍କ ସହ ପାକିସ୍ତାନରେ ଘଟିଥିବା ଘଟଣାକୁ ନେଇ ପାକକୁ ରିପୋର୍ଟ ମାଗିଥିଲେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ । ହେଲେ ଭାରତ ପକ୍ଷରୁ ଏହି ପଦକ୍ଷେପକୁ କଟାକ୍ଷ କରିଥିଲା ପାକିସ୍ତାନ ।

ସୁଷମାଙ୍କ ଟ୍ୱିଟକୁ ପାକର କଟାକ୍ଷ । ବ୍ୟକ୍ତିଗତ କଥା, ନରେନ୍ଦ୍ର ମୋଦିଙ୍କ ଭାରତ ନୁହେଁ । ପାକର ସୂଚନା ମନ୍ତ୍ରୀ ଚୌଧୁରୀ ଫୱାଦ ହୁସେନ ସୁଷମାଙ୍କୁ କଟାକ୍ଷ କରି କହିଥିଲେ, ପାକିସ୍ତାନର ବ୍ୟକ୍ତିଗତ ଘଟଣା, ଏହା ନରେନ୍ଦ୍ର ମୋଦିଙ୍କ ଭାରତ ନୁହେଁ । ଯାହାର ପ୍ରତି ଜବାବରେ ସୁଷମା ଲେଖିଥିଲେ ଆପଣଙ୍କ ଭୟବୀତାରୁ ଜଣାପଡ଼ୁଛି ଯେ ଆପଣ ଅପରାଧ ସହ ଜଡ଼ିତ ଅଛନ୍ତି  । ସୂଚନା ରହିଛି ହୋଲି ଦିନ ୨ ହିନ୍ଦୁ ଯୁବତୀଙ୍କୁ ପାକିସ୍ତାନ ସିନ୍ଧ ପ୍ରଦେଶରୁ କିଛି ପ୍ରଭାବଶାଳୀ ବ୍ୟକ୍ତି ସେମାନଙ୍କ ଘରୁ ଅପହରଣ କରି ନେଇଥିଲେ । ଏହା ସହ ତାଙ୍କୁ ବଳପୂର୍ବକ ଧର୍ମାନ୍ତରୀକରଣ ଓ ବିବାହ କରିଥିଲେ । ଯାହାର ଭିଡ଼ିଓ ଭାଇରାଲ ହୋଇଥିଲା । କିନ୍ତୁ ପରେ ଅନ୍ୟ ଏକ ଭିଡ଼ିଓରେ ଦୁଇ ଯୁବତୀ ସ୍ୱଇଚ୍ଛାରେ ଇସଲାମ ଧର୍ମ ଗ୍ରହଣ କରିଥିବା କହିଥିଲେ  । ସୋସିଆଲ ମିଡ଼ିଆରେ ଏହାକୁ ନେଇ ଟିପ୍ପଣୀ ଆସିବା ପରେ ଘଟଣାର ତଦନ୍ତ ଓ ସେମାନଙ୍କର ଉଦ୍ଧାର ପାଇଁ ନିର୍ଦ୍ଦେଶ ଦେଇଛନ୍ତି ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ।