ସ୍ପେନକୁ ଟପି ପଂଚମ ସଂକ୍ରମିତ ଦେଶ ପାଲଟିଲା ଭାରତ: ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୪୬ ହଜାର; ସେପଟେ ବିଶ୍ୱରେ କରୋନା ମୃତୁ ସଂଖ୍ୟା ୪ ଲକ୍ଷ ଟପିଲା

ଏଯାଏଁ ୭୯ ଲକ୍ଷ ଲୋକ ବିଶ୍ୱରେ କରୋନା ସଂକ୍ରମିତ

1,218

କନକ ବ୍ୟୁରୋ: ଦେଶ ଓ ରାଜ୍ୟରେ ବଢଚାଲିଛିି କରୋନା ସଂକ୍ରମିତଙ୍କ ସଂଖ୍ୟା । ରାଜ୍ୟରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୨୭ ଶହ ୮୧କୁ ବୃଦ୍ଧି ହୋଇଛି । ଆକ୍ରାନ୍ତଙ୍କ ତାଲିକା ବଢୁଥିବା ବେଳେ ସୁସ୍ଥ ବ୍ୟକ୍ତିଙ୍କ ତାଲିକା ବି ଲମ୍ବୁଛି । ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ମଧ୍ୟ ବୃଦ୍ଧିପାଉଛି । ଶନିବାର ରାଜ୍ୟରେ ୧୧୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେପଟେ ବିଶ୍ୱ କରୋନା ତାଲିକାରେ ଭାରତ ପଂଚମ ସ୍ଥାନରେ ପହଂଚିଛି । ସ୍ପେନକୁ ହଟାଇ ଭାରତ ପଂଚମ ସ୍ଥାନରେ ପହଞ୍ଚିଛି । ପୂର୍ବରୁ ଇଟାଲୀକୁ ସକ୍ରଂମଣ ସଂଖ୍ୟାରେ ଟପି ଭାରତ ଷଷ୍ଠ ସ୍ଥାନରେ ପହଞ୍ଚିଥିଲା ।

ଦେଶରେ ଏବେ ସୁଦ୍ଧା ୨ ଲକ୍ଷ ୪୬ ହଜାର ୫୪୯ ଜଣଙ୍କୁ ଏହି ମହାମାରୀ ସଂକ୍ରମଣ କରି ସାରିଛି । ୧ଲକ୍ଷ ୧୪ ହଜାର ୭୩ ଜଣ ଭୂତାଣୁକୁ ମାତ ଦେଇ ସୁସ୍ଥ ହୋଇଛନ୍ତି । କରୋନା ଭୂତାଣୁ ଦେଶରେ ୬ହଜାର ୬୪୨ ଜଣଙ୍କ ଜୀବନ ନେଇଥିବା ବେଳେ ଏବେ ବିଭିନ୍ନ କୋଭିଡ ହସ୍ପିଟାଲରେ ୧ ଲକ୍ଷ ୧୫ ହଜାର ୯୪୨ ଜଣ ଚିକିତ୍ସିତ ହେଉଛନ୍ତି । ଏହାସହ ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୪ ଲକ୍ଷ ଛୁଇଁଛି । ସେହିପରି ବିଶ୍ୱରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟ ୬୯ ଲକ୍ଷ ଛୁଇଁଛି । ଆମେରିକାରେ କରୋରେ ସବୁଠୁ ଅଧିକ ସଂକ୍ରମଣ ଓ ମୃତ୍ୟୁ ଘଟିଛି ।