ଟସ୍ ଜିତି ଟିମ୍ ଇଣ୍ଡିଆର ବୋଲିଂ ନିଷ୍ପତ୍ତି । ପ୍ରଥମେ ବ୍ୟାଟିଂ କରିବ ନ୍ୟୁଜିଲାଣ୍ଡ । 

219
କନକ ବ୍ୟୁରୋ : ଆଉ କିଛି ସମୟ ପରେ ଖେଳାଯିବ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିପାକ୍ଷିକ ସିରିଜର ପ୍ରଥମ ଟି-୨୦ ମ୍ୟାଚ୍ । ତେବେ ଟସ୍ ଜିତି ଭାରତର ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ତେଣୁ ପ୍ରଥମେ ବ୍ୟାଟିଂ କରିବ ନ୍ୟୁଜିଲାଣ୍ଡ । ଜୟପୁରର ସୱାଇ ମାନସିଂହ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଭାରତ ଏବଂ ନ୍ୟୁଜିଲାଣ୍ଡ । ଏହି ଦ୍ୱିପାକ୍ଷିକ ସିରିଜରେ ମୋଟ୍ ୩ଟି ଟି-୨୦ ମ୍ୟାଚ୍ ଏବଂ ୨ଟି ଟେଷ୍ଟ ମ୍ୟାଚ୍ ଖେଳାଯିବ ।
ଟି-୨୦ରୁ ବିରାଟ କୋହଲି ଅଧିନାୟକତ୍ୱ ଛାଡିବା ପରେ ରୋହିତ ଶର୍ମା ହୋଇଛନ୍ତି ଟିମ୍ ଇଣ୍ଡିଆର ନୂଆ କ୍ୟାପଟେନ୍ । ସେହିପରି ରାହୁଲ ଦ୍ରାବିଡ୍ ଭାରତୀୟ ଦଳର କୋଚ୍ ଭାବେ ଦାୟିତ୍ୱ ନେଇଛନ୍ତି । ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ସରିବା ପରେ ରାହୁଲ ଦ୍ରାବିଡଙ୍କୁ ନୂଆ କୋଚ୍ ଭାବେ ଦାୟିତ୍ୱ ଦେଇଛି ବିସିସିଆଇ । ଆଗାମୀ ୨ ବର୍ଷ ପର୍ଯ୍ୟନ୍ତ ସେ ଟିମ୍ ଇଣ୍ଡିଆର କୋଚ୍ ଭାବେ ଦାୟିତ୍ୱ ବହନ କରିବେ ।
ଭାରତୀୟ ଟିମ୍ : ରୋହିତ ଶର୍ମା (ଅଧିନାୟକ), କେଏଲ ରାହୁଲ (ଉପଅଧିନାୟକ), ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ଥ, ଭେଙ୍କଟେଶ ଆୟର, ରବିଚନ୍ଦ୍ରନ ଅଶ୍ୱିନୀ, ଅକ୍ଷର ପଟେଲ, ଭୁବନେଶ୍ୱର କୁମାର, ଦୀପକ ଚହର, ମହମ୍ମଦ ସିରାଜ ।