ଭାରତ-ଇଂଲଣ୍ଡ ୱାର୍ମ ଅପ୍ ମ୍ୟାଚ୍: ଟସ୍ ଜିତିଲା ଭାରତ, ପ୍ରଥମେ କରିବ ବୋଲିଂ

187

କନକ ବ୍ୟୁରୋ: ଟି-୨୦ ବିଶ୍ୱକପ୍ ୱାର୍ମ ଅପ୍ ମ୍ୟାଚରେ ଆଜି ମୁହାଁମୁହିଁ ହେଉଛନ୍ତି ଭାରତ ଓ ଇଂଲଣ୍ଡ । ଯେଉଁଥିରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ବିରାଟ କୋହଲି । ଫଳରେ ପ୍ରଥମେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇବ ଇଂଲଣ୍ଡ ଦଳ ।

ଦୁଇ ଦଳକୁ ଲକ୍ଷ୍ୟ କଲେ , ଦୁଇ ଦଳ ଅତ୍ୟନ୍ତ ଶକ୍ତିଶାଳୀ । ପୂର୍ବରୁ ମଧ୍ୟ ଦୁଇ ଦଳ ଟି-୨୦ ବିଶ୍ୱକପ୍ ଜିତିସାରିଛନ୍ତି । ତେଣୁ ଚଳିତ ଥର ଅଭ୍ୟାସ ମ୍ୟାଚରୁ ହିଁ ଦମଦାର ଖେଳ ସହିତ ଦୁଇ ଦଳ ଟୁର୍ଣ୍ଣାମେଣ୍ଟରେ ଆଗକୁ ବଢିବାକୁ ଲକ୍ଷ୍ୟ ରଖିବେ । ଅନ୍ୟପଟେ ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଏକ ବିଜୟରୁ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛନ୍ତି । ତେଣୁ ଏହି ଅଭ୍ୟାସ ମ୍ୟାଚ ମଧ୍ୟ ଦୁଇ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି ।

ବିଶ୍ୱକପ୍ ପୂର୍ବରୁ ଟିମ୍ ଇଣ୍ଡିଆର ଖେଳାଳି ମାନେ ଦୁବାଇର ପରିବେଶ ସହିତ ନିଜକୁ ଖାପ ଖୁଆଇ ସାରିଛନ୍ତି । ଆଇପିଏଲ ସମୟରେ ଟିମ୍ ଇଣ୍ଡିଆର ଖେଳାଳିମାନେ ସେଠାରେ ଅନେକ ମ୍ୟାଚ୍ ଖେଳିଛନ୍ତି । ଯେଉଁ ଦୃଷ୍ଟିରୁ ପିଚ୍ ଓ ପରିବେଶ ସହିତ ଟିମ୍ ଇଣ୍ଡିଆର ଖେଳାଳିମାନେ ବେଶ୍ ପରିଚିତ । ଅନ୍ୟପଟେ ଇଂଲଣ୍ଡ ଦଳରେ ଜୋସ୍ ବଟଲର, ଜସନ ରୟ, ଡେଭିଡ୍ ମଲାନଙ୍କ ଭଳି ଖେଳାଳି ଅଛନ୍ତି, ଯାହାକି ଟିମ୍ ଇଣ୍ଡିଆକୁ ଟକ୍କର ଦେବାକୁ ପ୍ରସ୍ତୁତ । ତେଣୁ ଅଭ୍ୟାସ ମ୍ୟାଚ୍ ହୋଇଥିଲେ ମଧ୍ୟ ଏହି ମ୍ୟାଚ୍ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି ।