କନକ ବ୍ୟୁରୋ: ଦେଶରେ ବଢ଼ୁଛି ବାଘ ସଂଖ୍ୟା । ଗତ ଚାରି ବର୍ଷରେ ଦେଶରେ ବାଘ ସଂଖ୍ୟା ବୃଦ୍ଧି ପାଉଛି । ୨୦୧୮ରେ ବାଘ ସଂଖ୍ୟା ୨୯୬୭ ଥିବାବେଳେ ଚଳିତ ବର୍ଷ ଏହି ସଂଖ୍ୟା ବୃଦ୍ଧି ପାଇଛି ବୋଲି ବିଶ୍ୱ ବ୍ୟାଘ୍ର ଦିବସରେ ପ୍ରକାଶ ପାଇଛି ତାଲିକା । ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ ଅବସରରେ ବନବିଭାଗ ଦ୍ୱାରା ପ୍ରସ୍ତୁତ ରିପୋର୍ଟ ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି କହିଛନ୍ତି ବ୍ୟାଘ୍ର ଜନଗଣନାର ପରିଣାମ ପ୍ରତ୍ୟେକ ଭାରତୀୟ ଏବଂ ପ୍ରକୃତି ପ୍ରେମୀଙ୍କୁ ଖୁସି କରିଦେବ । ମୋଦି କହିଛନ୍ତି ଆଜି ଆମେ ଗର୍ବ ସହ କହିବା କି ପାଖାପାଖି ୩ହଜାର ବାଘ ଆମ ଦେଶରେ ଅଛନ୍ତି । ବାଘ ପାଇଁ ଭାରତ ସୁରକ୍ଷିତ ସ୍ଥାନ । ତେବେ ଓଡିଶାରେ ଏହି ବାଘ ସଂଖ୍ୟା ଅପରିବର୍ତ୍ତିତ ରହିଛି । ରାଜ୍ୟରେ ବାଘ ବଂଶ ବୃଦ୍ଧି ପାଇଁ ରାଜ୍ୟ ସରକାର କରିଥିବା ଯୋଜନା ଫେଲ ମାରିଛି । ଗଣନା ଅନୁସାରେ, ମଧ୍ୟପ୍ରଦେଶରେ ସବୁଠୁ ଅଧିକ ସଂଖ୍ୟକ ବାଘ ଅଛନ୍ତି। ସେଠାରେ ୫୨୬ଟି, ତା’ପଛକୁ କର୍ଣ୍ଣାଟକରେ ୫୨୪ଟି ଓ ଉତ୍ତରାଖଣ୍ଡରେ ୪୪୨ଟି ବାଘ ଅଛନ୍ତି। ଛତିଶଗଡ଼ ଏବଂ ମିଜୋରାମରେ ବାଘସଂଖ୍ୟା ହ୍ରସ ପାଇଥିବା ବେଳେ ଓଡ଼ିଶାରେ ବାଘସଂଖ୍ୟା ସ୍ଥିର ରହିଛି। ବାକି ସମସ୍ତ ରାଜ୍ୟରେ ବାଘସଂଖ୍ୟା ବୃଦ୍ଧି ପାଉଥିବାର ସୂଚନା ମିଳିଛି।

Advertisment

publive-image

ତେବେ ପ୍ରତିବର୍ଷ ଜୁଲାଇ ୨୯କୁ ବିଶ୍ୱ ବ୍ୟାଘ୍ର ଦିବସ ଭାବେ ପାଳନ କରାଯାଏ । ବ୍ୟାଘ୍ର ସଂରକ୍ଷଣ ପାଇଁ ୨୦୧୦ରୁ ଲଗାତର ଭାବେ ଏହି ଦିବସ ପାଳନ କରାଯାଉଛି । ଚଳିତ ବର୍ଷର ଥିମ୍ ରହିଛି ଫ୍ରେଶ ଇକୋଲୋଜୀ ଫର୍ ଟାଇଗରସ ପ୍ରୋଟେକ୍ସନ୍ । ବାଘ ବାସସ୍ଥଳୀକୁ ସୁରକ୍ଷିତ ରଖିବା ସହ କିଭଳି ଏମାନଙ୍କର ସଂରକ୍ଷଣ କରାଯାଇପାରିବ ତା ଉପରେ ଜୋର୍ ଦିଆଯାଉଛି । ଯଦିଓ ୧୦ ବର୍ଷ ପୂର୍ବେ ସାରା ଦେଶରେ ଯେତିକି ବାଘଙ୍କ ସଂଖ୍ୟା ଥିଲା ଆଜିର ଦିନରେ ତାହା ଦ୍ୱିଗୁଣିତ ହୋଇଛି, ତଥାପି ବିପଦ ଏବେ ବି ପିଛା ଛାଡିନି । ତଥ୍ୟ କହୁଛି, ୨୦୧୮ରେ ବାଘ ସଂଖ୍ୟା ୨୯୬୭ ଥିବାବେଳେ ଚଳିତ ବର୍ଷ ଏହି ସଂଖ୍ୟା ବୃଦ୍ଧି ପାଇଛି, କିନ୍ତୁ ଓଡିଶାରେ ବାଘ ବଂଶ ଯେତିକି ଥିଲା ସେତିକି ରହିଛି । ଯାହାକି ବର୍ତ୍ତମାନ ମୁଣ୍ଡବ୍ୟଥାର କାରଣ ପାଲଟିଯାଇଛି ।

publive-image

ଚକିତ କରିଦେଲା ଭଳି ତଥ୍ୟ ହେଲା, ୨୦ ଲକ୍ଷ ବର୍ଷ ଆଗରୁ ସାରା ବିଶ୍ୱରେ ୨ ଲକ୍ଷ ବାଘ ଥିଲେ । ବିଂଶ ଶତାଦ୍ଦୀ ବେଳକୁ ସଂଖ୍ୟା ଖସି ଆସିଲା ୧ ଲକ୍ଷକୁ । ଆଉ ଏହି ସମୟରେ ଭାରତରେ ଥିଲେ ୪୦ ହଜାର ବାଘ । ୧୯୭୨ ବେଳକୁ ସଂଖ୍ୟା ଖସି ଆସିଲା ୧୮୦୦ । ଯେତେବେଳେ ପ୍ରୋଜେକ୍ଟ ଟାଇଗର୍ ଆରମ୍ଭ କରାଗଲା । ୨୦୦୮ ବେଳକୁ ସଂଖ୍ୟା ଖସି ଆସିଲା ୧୪୦୦କୁ । ହେଲେ ଏବେ ସାରା ବିଶ୍ୱରେ ୩୨୦୦ ବାଘ ଥିବା ବେଳେ ଭାରତରେ ଅଛନ୍ତି ୨୨୦୦ । ଅର୍ଥାତ୍ ସାରା ବିଶ୍ୱରେ ଥିବା ବାଘ ସଂଖ୍ୟାର ୭୦ ପ୍ରତିଶତ ଭାରତରେ ଅଛନ୍ତି । ବଡ କଥା ହେଉଛି, ବାଘଙ୍କ ଭିତରେ ଝଗଡା/ଗଣ୍ଡଗୋଳ ସେମାନଙ୍କ ପାଇଁ ବିପଦ ଆଣିଦେଇଛି । ଜାନୁୟାରୀ ୨୦୧୧ରୁ ସେପଟେମ୍ବର ୨୦୧୬ ମଧ୍ୟରେ ପରସ୍ପର ଆକ୍ରମଣରେ ଅଧିକ ବାଘଙ୍କ ଜୀବନ ଯାଇଛି ।

publive-image image courtesy - pixabay.com

ଭାରତରେ ବାଘ ଶିକାର ସବୁଠାରୁ ଚିନ୍ତାଜନକ ବିଷୟ । ୨୦୧୪ରେ ୮୧, ୨୦୧୫ରେ ୨୫, ଏପ୍ରିଲ ୨୦୧୬ ସୁଦ୍ଧା ୨୮ । ଏଭଳି ତଥ୍ୟ ଲଗାତର ଭାବେ ସରକାରୀ ସ୍ତରରେ ଚିନ୍ତା ବଢାଇଛି । ସେହିଭଳି ବାଘଙ୍କ ବାସସ୍ଥଳୀ ସଂକୁଚିତ ହେବା ମଧ୍ୟ ସଂଖ୍ୟା କମିବା ପଛର ଗୋଟିଏ ପ୍ରମୁଖ କାରଣ । ସହର ବୃଦ୍ଧି ପାଇବା ଓ ଜଙ୍ଗଲ ନଷ୍ଟ ହେବା ଯୋଗୁଁ ବାଘଙ୍କ ବାସସ୍ଥଳୀ ପାଖାପାଖି ୯୩ ପ୍ରତିଶତ କମିଛି । ପ୍ରତିଦିନ ଦେଶରେ ୩୩୩ ଏକର ଜଙ୍ଗଲ କମୁଛି । କିଛି ବାଘ ଛୋଟ ଜଙ୍ଗଲରେ ରହିବାକୁ ସକ୍ଷମ ଥିଲେ ମଧ୍ୟ ଶିକାରୀଙ୍କ ପ୍ରାଦୁର୍ଭାବ ଏମାନଙ୍କ ସଂଖ୍ୟାକୁ ଲଗାତର ଭାବେ କମାଇଚାଲିଛି ।

publive-image

ସରକାରୀ ତଥ୍ୟ କହୁଛି, ପରସ୍ପରକୁ ଆକ୍ରମଣରେ ଯାଇଥିବା ୪୦୭ ବାଘଙ୍କ ଜୀବନ ମଧ୍ୟରୁ ଅଧିକାଂଶ ମହାରାଷ୍ଟ୍ର, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ଓଡିଶା, ମଧ୍ୟପ୍ରଦେଶ, ଝାଡଖଣ୍ଡ ଓ ଛତିଶଗଡ ରାଜ୍ୟରୁ । ତେବେ ଓଡିଶାରେ ବାଘ ସଂଖ୍ୟାକୁ ନେଇ ବିବାଦ ଥମିବାର ନାଁ ନେଉନି । ତେବେ ଓଡିଶାରେ ବାଘ ସଂଖ୍ୟାକୁ ନେଇ ବିବାଦ ଥମିବାର ନାଁ ନେଉନି । ୨୦୧୫ରେ ଏନଟିସିଏ ଦେଇଥିବା ତଥ୍ୟ ଅନୁସାରେ, ଓଡିଶାରେ ବାଘ ସଂଖ୍ୟା ୨୮ । ହେଲେ ରାଜ୍ୟ ସରକାର ଏହି ସଂଖ୍ୟାକୁ ନେଇ ଆପତ୍ତି ଉଠାଇଥିଲେ । ବିଭିନ୍ନ ଜଙ୍ଗଲରେ ପୁଣି ଗଣନା କରି ରାଜ୍ୟ ସରକାର କହିଥିଲେ ବାଘ ସଂଖ୍ୟା ୪୦ । କ୍ୟାମେରା ଟ୍ରପିଂ ଓ ପଗ୍ ମାର୍କ ଆଧାରରେ ରାଜ୍ୟରେ ବାଘ ଗଣତି କରି ରିପୋର୍ଟ ପ୍ରକାଶ ପାଇଥିଲା । ଯାହାକୁ ନେଇ ରାଜ୍ୟ ସରକାର ଓ ଏନଟିସିଏ ମୁହାଁମୁହିଁ ହୋଇଥିଲେ । କିନ୍ତୁ ବିଶ୍ୱ ସ୍ତରରେ ବାଘକୁ ନେଇ ଓଡିଶା ଖ୍ୟାତି ଅର୍ଜନ କରିଛି । କାରଣ ମେଲାନିଷ୍ଟିକ୍ ଟାଇଗର୍ ଅର୍ଥାତ୍ କଳାବାଘ କେବଳ ଓଡିଶାରେ ଦେଖାଦେଉଥିବା ବେଳେ ସବୁଠାରୁ ଅଧିକ ସଂଖ୍ୟକ ଧଳାବାଘ ମଧ୍ୟ ଓଡିଶାରେ ଅଛି । ନନ୍ଦନକାନନରେ କଳାବାଘ ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ମଧ୍ୟ ପାଲଟିଛି ।