କନକ ବ୍ୟୁରୋ : ଚଳିତ କ୍ରିକେଟ ବିଶ୍ୱକପରେ ସେମିଫାଇନାଲ ପ୍ରବେଶର ଦ୍ୱାର ଦେଶରେ ପହଞ୍ଚିଯାଇଛି ଭାରତ । ଇଂଲଣ୍ଡକୁ ଶହେ ରନରେ ହରାଇଦେଇଛି ରୋହିତ ବାହିନୀ । ଏଯାଏଁ ଖେଳିଥିବା ଲଗାତାର ୬ଟି ମ୍ୟାଚ୍ ଜିତି ଟିମ୍ ଇଣ୍ଡିଆ ପଏଂଟ ଟେବୁଲର ଶୀର୍ଷରେ ପହଂଚିଛି । ଶନିବାର ମ୍ୟାଚରେ ବ୍ୟାଟିଂରେ ଭଲ ପ୍ରଦର୍ଶନ କରିପାରିନଥିଲେ ମଧ୍ୟ ମାପଚୁପ ବୋଲିଂ ବଳରେ ଭାରତ ଏହି ବିଜୟ ହାସଲ କରିଛି । ଲକ୍ଷେ୍ନøରେ ଖେଳାଯାଇଥିବା ମ୍ୟାରେ ଇଂଲଣ୍ଡକୁ ୨୩୦ ରନର ଟାର୍ଗେଟ୍ ଦେଇଥିଲା ଟିମ୍ ଇଣ୍ଡିଆ । ଟସ୍ ଜିତି ଇଂଲଣ୍ଡ ଆୟୋଜକ ଦଳକୁ ବ୍ୟାଟିଂ ପାଇଁ ଦେଇଥିଲା ଆମନ୍ତ୍ରଣ । ପ୍ରଥମେ ବ୍ୟାଟିଂ କରି ଭାରତ ୪୦ ରନ୍ ଭିତରେ ୩ ୱିକେଟ୍ ହରାଇ ସଂକଟରେ ପଡ଼ିଥିଲା । ଅଧିନାୟକ ରୋହିତ ଶର୍ମା ଓ ଲୋକେଶ ରାହୁଲ ସ୍ଥିତି ସମ୍ଭାଳିଥିଲେ । ଦୁହେଁ ଚତୁର୍ଥ ୱିକେଟ୍ ପାଇଁ ୯୧ ରନର ଭାଗିଦାରୀ କରିଥିଲେ । ରାହୁଲ ୩୯ ରନ୍ କରି ପ୍ୟାଭିଲିୟନ ଫେରିଥିଲେ । ରୋହିତ ଅର୍ଦ୍ଧଶତକ ମାରି ଶତକ ଆଡ଼କୁ ଅଗ୍ରସର ହେଉଥିଲେ ।

Advertisment

ତେବେ ଭୁଲ୍ ସଟ୍ ଚୟନ ଯୋଗୁଁ ଆଉଟ୍ ହୋଇଥିଲେ ରୋହିତ୍ । ରୋହିତ୍ ୧୦୧ ବଲର ସାମ୍ନା କରି ୮୭ ରନ୍ର ଇନିଂସ୍ ଖେଳିଥିଲେ । ସୂର୍ଯ୍ୟକୁମାର ଯାଦବ ପରିସ୍ଥିତି ଅନୁସାରେ ବ୍ୟାଟିଂ କରି ୪୯ ରନର ମହତ୍ୱପୂର୍ଣ୍ଣ ପାଳି ଖେଳିଥିଲେ । ଶେଷ ଆଡ଼କୁ ଯଶପ୍ରୀତ ବୁମରା ଓ କୁଲଦୀପ ଯାଦବ ପୂରା ୫୦ ଓଭର ବ୍ୟାଟିଂ କରି ଭାରତକୁ ଅଲଆଉଟ୍ ହେବାକୁ ଦେଇନଥିଲେ । ବୁମରା ୧୬ ରନ୍ ଓ କୁଲଦୀପ ୯ ରନ୍ କରିଥିଲେ । ତେବେ ୨୩୦ ରନର ଟାର୍ଗେଟ୍ ନେଇ ଇଂଲଣ୍ଡ ଦଳ ପଡ଼ିଆକୁ ଓହ୍ଲାଇଥିଲା । ଭାରତୀୟ ବୋଲରଙ୍କ ଆଗରେ ତିଷ୍ଠି ପାରିନଥିଲେ ଇଂଲଣ୍ଡର ବ୍ୟାଟର । ପ୍ରଥମରୁ ଗୋଟିଏ ପରେ ଗୋଟିଏ ୱିକେଟ ହରାଇ ଚାଲିଥିଲା ଇଂଲଣ୍ଡ । ୩୫ ଓଭର ଖେଳି ମାତ୍ର ୧୨୯ ରନ ସଂଗ୍ରହ କରି ଇଂଲଣ୍ଡ ଟିମ ଅଲ ଆଉଟ ହୋଇଯାଇଥିଲା । ମହମ୍ମଦ ସାମି ଚମକ୍ରାର ବୋଲିଂ କରି ୪ଟି ୱିକେଟ ନେଇଥିବା ବେଳେ ଯଶପ୍ରୀତ ବୁମରା ୩ଟି ୱିକେଟ ନେଇଥିଲେ । କୁଲଦୀପ ଯାଦବଙ୍କୁ ୨ଟି ୱିକେଟ ଓ ରବୀନ୍ଦ୍ର ଜାଡ଼େଜାଙ୍କୁ ଗୋଟିଏ ୱିକେଟ ମିଳିଥିଲା । ରୋହିତ ଶର୍ମା ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି ।