କନକ ବ୍ୟୁରୋ : ଦଶରେ କରୋନା ସୁସ୍ଥ ହାର ୯୬ ଦଶମିକ ୩୬ରେ ପହଂଚିଲା । ଦେଶରେ ୧କୋଟିରୁ ଅଧିକ ଲୋକ କରୋନା ଭୂତାଣୁ ଦ୍ୱାର ସଂକ୍ରମିତ ହେବା ପରେ ଆରୋଗ୍ୟ ଲାଭ କରିଛନ୍ତି । ଏହାସହ କୋଭିଡ ମୁକାବିଲାରେ ଭାରତ ଏକ ମାଇଲଖୁଂଟ ଅତିକ୍ରମ କରିଛି । ବର୍ତମାନ ସୁଦ୍ଧା କୋଭିଡରୁ ଆରୋଗ୍ୟ ହୋଇଥିବା ଲୋକଙ୍କ ସଂଖ୍ରା ଗୁରୁବାର ଦିନ ୧କୋଟି ୧୬ହଜାର ଅତିକ୍ରମ କରିଛି ।
ଦୈନିକ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ୨୫ହଜାରରୁ କମ ରହିଛି । ଏହାସହ କରୋନା ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିବା ଲୋକଙ୍କ ସଂଖ୍ୟା ୨ଲକ୍ଷ ୨୮ହଜାର ରହିଛି । ଯାହା ମୋଟ ସଂକ୍ରମଣର ୨ଦଶମିକ ୧୯ପ୍ରତିଶତ । ସେମାନଙ୍କ ମଧ୍ୟରୁ ୬୦ପ୍ରତିଶତ ନିଜ ନିଜ ଘରେ ଆଇସୋଲେସନରେ ଅଛନ୍ତି ।
ସେହି ଲୋକଙ୍କ ନିକଟରେ କରୋନା ଲକ୍ଷଣ ସ୍ୱଳ୍ପରୁ ମଧ୍ୟମ ରହିଛି । ଦେଶରେ କୋଭିଡ ଆରୋଗ୍ୟ ହାର ବର୍ତମାନ ହ୍ରାସ ପାଉଥିବା ବେଳେ ଏହା ବର୍ତମାନ ୯୬ ଦଶମିକ ୩୬ରେ ପହଂଚିଛି । ଗତ ୨୪ଘଂଟାରେ ୧୯ହଜାର ୫ଶହ ୮୭ଜଣ ଆରୋଗ୍ୟ ହୋଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/01/68149d8bf2f547da827866f66b33a6be.png)