କନକ ବ୍ୟୁରୋ: ଜାମ୍ମୁକାଶ୍ମୀରରେ ଆତଙ୍କବାଦୀମାନେ ନାଗରିକମାନଙ୍କୁ କରିବା ଆକ୍ରମଣ ଘଟଣାରେ ଏବେ ପାକିସ୍ତାନକୁ ଚେତାବନୀ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଯଦି ଆଗାମୀ ଦିନରେ ପାକିସ୍ତାନ ଜାମ୍ମୁ କାଶ୍ମୀରରେ ଏଭଳି ଆତଙ୍କବାଦୀ ଗତିବିଧି ଜାରି ରଖେ ଏବଂ ନାଗରିକମାନଙ୍କୁ ହତ୍ୟା କରେ ତେବେ ପୁଣିଥରେ ତାକୁ ସର୍ଜିକାଲ୍ ଷ୍ଟ୍ରାଇକ୍ ଦେଖିବାକୁ ପଡିପାରେ ବୋଲି କହିଛନ୍ତି ଅମିତ ଶାହା ।
ଅମିତ ଶାହ କହିଛନ୍ତି, ୨୦୧୬ରେ ଭାରତ, ପାକିସ୍ତାନରେ ସର୍ଜିକାଲ ଷ୍ଟ୍ରାଇକ୍ କରି ଏହା ପ୍ରମାଣିତ କରିସାରିଛି ଯେ, ଆମେ କଦାପି ଆକ୍ରମଣକୁ ବରଦାସ୍ତ କରିବୁନି । ଯଦି ସେମାନେ ନିୟମ ଭାଙ୍ଗିବେ ତେବେ ନିଶ୍ଚୟ ସର୍ଜିକାଲ ଷ୍ଟ୍ରାଇକ୍ ପୁଣି ହେବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ।
#WATCH | "Another important step was surgical strike under PM Modi & former Defence Minister Manohar Parrikar. We sent out a message that one should not disrupt India's borders...There was a time when talks happened, but now is the time to reciprocate," says Home Min Amit Shah pic.twitter.com/BrMFUfzLRT
— ANI (@ANI) October 14, 2021
“ପ୍ରଧାନମନ୍ତ୍ରୀ ମୋଦୀ ଓ ପୂର୍ବ ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକରଙ୍କ ଦ୍ୱାରା ଯୋଜନା କରାଯାଇଥିବା ସର୍ଜିକାଲ ଷ୍ଟ୍ରାଇକ୍ ଏକ ମହତ୍ତ୍ୱପୂର୍ଣ୍ଣ କାମ ଥିଲା । ଏହାଦ୍ୱାରା ଆମେ ବିଶ୍ୱକୁ ବାର୍ତ୍ତା ଦେଇଥିଲେ ଯେ, ଭାରତୀୟ ସୀମାକୁ ନେଇ କେହି ବି କୌଣସି ଭୁଲ୍ କାମ କରିପାରିବେ ନାହିଁ । ସେତେବେଳେ କଥାବାର୍ତ୍ତାରେ ଏପରି ବିଷୟରେ ବୁଝାମଣା ହେଉଥିଲା ହେଲେ ଏବେ ପ୍ରତିକ୍ରିୟା ଦେବାର ସମୟ ଆସିଛି”, କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ।
ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ହେଲା ଜାମ୍ମୁ କାଶ୍ମୀରରେ ହିନ୍ଦୁ ଓ ଶିଖ ଧର୍ମର ଲୋକଙ୍କୁ ଟାର୍ଗେଟ କରାଯାଉଛି । ଆତଙ୍କୀମାନେ ସାଧାରଣ ଲୋକଙ୍କୁ ଟାର୍ଗେଟ କରି ହତ୍ୟା କରୁଥିବା ଦେଖିବାକୁ ମିଳୁଛି । ଏହାପରେ ସେଠାରେ ସେନା ନିଜର ଅପରେସନ ଜାରି ରଖିଥିବାବେଳେ ଆତଙ୍କୀମାନେ ସେନାର ଯବାନଙ୍କ ଉପରେ ମଧ୍ୟ ଆକ୍ରମଣ କରିଛନ୍ତି ।