ବର୍ଷା ସାଜିଲା ବାଧକ: ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି-୨୦ ବାତିଲ

301

କନକ ବ୍ୟୁରୋ: ଆଜି ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ହେବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚ ବାତିଲ ହୋଇଯାଇଛି । ବର୍ଷା ହେବା କାରଣରୁ ୱେଲିଂଟନରେ ହେବାକୁ ଥିବା ଏହି ଟି-୨୦ ମ୍ୟାଚ ବିନା ବଲରେ ବାତିଲ ହୋଇଛି । ଭାରତୀୟ ସମୟ ଅନୁସାରେ ଦିନ ୧୨ଟାରେ ଏହି ମ୍ୟାଚ ଆରମ୍ଭ ହେବାର ଥିଲା । ହେଲେ ବର୍ଷା ନଛାଡିବା ଯୋଗୁଁ ୧ଟା ୪୫ ମିନିଟରେ ମ୍ୟାଚ ବାତିଲ ଘୋଷଣା କରାଯାଇଥିଲା । ୩ ମ୍ୟାଚ ବିଶିଷ୍ଟ ଏହି ସିରିଜର ଦ୍ୱିତୀୟ ମ୍ୟାଚ ୨୦ ତାରିଖରେ ହେବାର ଅଛି ।

ଏହି ସିରିଜରେ ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ହାର୍ଦିକ ପାଣ୍ଡ୍ୟାଙ୍କୁ ଦଳର ନେତୃତ୍ବ ଦିଆଯାଇଛି । ହାର୍ଦ୍ଦିକଙ୍କୁ ମଧ୍ୟ ୨୦୨୪ ବିଶ୍ବକପ୍‌ରେ ଦଳର ନେତୃତ୍ବ ଭାର ପ୍ରଦାନ ଲାଗି ସ୍ବର ଉଠିଛି । ଏହି ଶୃଙ୍ଖଳାରେ ମଧ୍ୟ ବିଶ୍ବକପ୍‌ ଖେଳିଥିବା ରୋହିତ ଶର୍ମା, ବିରାଟ କୋହଲି, କେଏଲ୍ ରାହୁଲ, ଦୀନେଶ କାର୍ତ୍ତିକ, ମହମ୍ମଦ ସାମି ଓ ଆର୍ ଅଶ୍ବିନ ପ୍ରମୁଖ ନାହାନ୍ତି । ଏମାନଙ୍କୁ ବିଶ୍ରାମ ଦିଆଯାଇଛି । ଲକ୍ଷ୍ମଣ ମଧ୍ୟ ସୂଚନା ଦେଇଛନ୍ତି କେବଳ ଟ୍ବେଣ୍ଟି-୨୦ ସ୍ପେଶାଲିଷ୍ଟମାନଙ୍କୁ ଗୁରୁତ୍ବ ଦିଆଯାଇଛି । ଦଳ କିନ୍ତୁ ନିଜ ଆକ୍ରମଣାତ୍ମକ ଆଭିମୁଖ୍ୟ ଜାରି ରଖିବ ବୋଲି କହିଛନ୍ତି ଲକ୍ଷ୍ମଣ । ସମାନ ସମୟରେ ଭାରତ ମଧ୍ୟ କିଛି‌ ‌ଖେଳାଳିଙ୍କୁ ଆସନ୍ତା ୨୦୨୩ ଦିନିକିଆ ବିଶ୍ବକପକୁ ନଜରରେ ରଖି ଖେଳାଇବ ।