ଜନସଂଖ୍ୟା ନୀତି ନେଇ ଆରଏସଏସ ମୁଖ୍ୟଙ୍କ ବଡ ବୟାନ

110

କନକ ବ୍ୟୁରୋ : ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘ, ଆରଏସଏସର ପ୍ରତିଷ୍ଠା ଦିବସରେ ସଙ୍ଗଠନ ମୁଖ୍ୟ ମୋହନ ଭାଗବତ ଆଜି ବଡ ବୟାନ ଦେଇଛନ୍ତି । ଦେଶର ଜନସଂଖ୍ୟା ଉପରେ ଚିନ୍ତାପ୍ରକଟ କରି ମୋହନ କହିଛନ୍ତି, ଜନସଂଖ୍ୟା ନିୟନ୍ତ୍ରଣ ନୀତି ଉପରେ ସରକାର ପୁଣିଥରେ ବିଚାର କରିବା ଦରକାର ।
ସେ କହିଛନ୍ତି, ଜନସଂଖ୍ୟା ବୃଦ୍ଧି ଯୋଗୁଁ ଦେଶରେ ଅନେକ ପ୍ରକାରର ସମସ୍ୟା ସୃଷ୍ଟି ହୋଇଛି । ତେଣୁ ଏହାକୁ କିଭଳି ନିୟନ୍ତ୍ରଣ କରାଯାଇପାରିବ ସେ ଉପରେ ତୁରନ୍ତ ବିଚାର ହେବା ଆବଶ୍ୟକ । ଆଗାମୀ ୫୦ ବର୍ଷ ପାଇଁ ଏଭଳି ନୀତି ପ୍ରସ୍ତୁତ କରାଯାଇ ସମସ୍ତଙ୍କ ପାଇଁ ସମାନ ଭାବେ ଲାଗୁ ହେବା ଦରକାର । କାରଣ ଜନସଂଖ୍ୟା ଯେଭଳି ସମସ୍ୟା ସୃଷ୍ଟି କରିଛି, ଜନସଂଖ୍ୟାର ଅସନ୍ତୁଳନ ବି ସମସ୍ୟା ସୃଷ୍ଟି କରିଛି ।