କନକ ବ୍ୟୁରୋ: ଚତୁର୍ଥ ଟେଷ୍ଟ ଜିତିବାକୁ ଟିମ୍ ଇଣ୍ଡିଆ ଆଗରେ ୧୯୨ ରନର ବିଜୟ ଲକ୍ଷ୍ୟ । ରାଞ୍ଚି ଟେଷ୍ଟର ତୃତୀୟ ଦିନରେ ଇଂଲଣ୍ଡ ଟିମ୍ ଦ୍ୱିତୀୟ ଇଂନିସରେ ୧୪୫ ରନ୍ କରି ଅଲଆଉଟ୍ ହେବା ପରେ ଭାରତକୁ ବିଜୟ ପାଇଁ ୧୯୨ ରନର ଲକ୍ଷ୍ୟ ମିଳିଛି । ତେବେ ଭାରତ ଏବେ ସିରିଜରେ ୨-୧ରେ ଆଗୁଆ ଥିବାରୁ, ଏହି ମ୍ୟାଚ୍ ଜିତି ସିରିଜ୍ କବଜା କରିବାକୁ ଲକ୍ଷ୍ୟ ରଖିଛି ।
Innings Break!
Outstanding bowling display from #TeamIndia 👌 👌
5️⃣ wickets for @ashwinravi99
4️⃣ wickets for @imkuldeep18
1️⃣ wicket for @imjadejaTarget 🎯 for India - 192
Scorecard ▶️ https://t.co/FUbQ3Mhpq9#INDvENG | @IDFCFIRSTBankpic.twitter.com/kpKvzoWV0p
— BCCI (@BCCI) February 25, 2024
ଭାରତ ପ୍ରଥମ ଇଂନିସରେ ୩୦୭ ରନରେ ଅଲଆଉଟ୍ ହେବା ପରେ ଦ୍ୱିତୀୟ ଇଂନିସ୍ ଖେଳିଥିଲା ଇଂଲଣ୍ଡ । ତେବେ ଦଳ କିନ୍ତୁ ୧୯ ରନରେ ନିଜର ପ୍ରଥମ ଦୁଇଟି ୱିକେଟ୍ ହରାଇଥିଲା । ଏହାପରେ ଦଳ ସାମାନ୍ୟ ଭଲ ପ୍ରଦର୍ଶନ କରିଥିଲେ ବି, ନିୟମିତ ଭାବେ ୱିକେଟ୍ ନେଇଚାଲିଥିଲେ ଭାରତୀୟ ସ୍ପିନର । ଟିମ୍ ଇଣ୍ଡିଆର ଷ୍ଟାର ସ୍ପିନର ଆର ଅଶ୍ୱିନୀ ୫୧ ରନ୍ ଦେଇ ୫ ୱିକେଟ୍ ସଫଳତା ପାଇଛନ୍ତି । ତାଙ୍କ ସହ କୁଲଦୀପ ଯାଦବ ୪ଟି ଏବଂ ରବୀନ୍ଦ୍ର ଜାଡେଜା ଗୋଟିଏ ସଫଳତା ପାଇଛନ୍ତି ।
ଏବେ ରାଞ୍ଚି ଟେଷ୍ଟ ଜିତିବାକୁ ଭାରତ ଆଗରେ ୧୯୨ ରନର ବିଜୟ ଲକ୍ଷ୍ୟ ରହିଛି । ଭାରତ ଏହି ମ୍ୟାଚ୍ ଜିତିବାକୁ ହେଲେ, ଦଳର ବ୍ୟାଟ୍ସମ୍ୟାନଙ୍କୁ ଭଲ ସ୍କୋର କରିବାକୁ ପଡିବ । ଏପରି ହେଲେ ଯାଇ ଦଳ ଏହି ମ୍ୟାଚ୍ ଜିତିବା ସହ ସିରିଜ ଉପରେ ମଧ୍ୟ କବଜା କରିପାରିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2024/02/team-india.jpeg)