କନକ ବ୍ୟୁରୋ : ସିରିଜ ବିଜୟ ପାଇଁ ଭାରତ ସମ୍ମୁଖରେ ୧୦୫ ରନର ବିଜୟଲକ୍ଷ୍ୟ । ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଉଥିବା ଶେଷ ଦିନିକିଆରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ବଳରେ ମାତ୍ର ୧୦୪ ରନରେ ଅଲଆଉଟ ହୋଇଛ ୱେଷ୍ଟଇଣ୍ଡିଜ ଟିମ୍ । ମାତ୍ର ୧୦୪ ରନରେ ପ୍ୟାଭିଲିୟନ ଫେରିଛି ପୂରା ଟିମ୍ ।
ଥିରୁବନ୍ତପୁରମରେ ଖେଳାଯାଉଥିବା ଶେଷ ଦିନିକିଆ ମ୍ୟାଚରେ ଟସ୍ ହାରି ଭାରତ ପ୍ରଥମେ ବୋଲିଂ କରିଥିଲା । ଯାହାକୁ ସଠିକ ପ୍ରମାଣିତ କରିଥଲେ ଭାରତୀୟ ବୋଲର । ପ୍ରଥମ ଓଭରରେ ହିଁ କିରନ ପାୱେଲଙ୍କ ୱିକେଟ ନେଇ ୱେଷ୍ଟଇଣ୍ଡିଜକୁ ବଡ ଝଟକା ଦେଇଥିଲେ ଭୁବନେଶ୍ୱର କୁମାର । ଏହାପରେ ନିୟମିତ ବ୍ୟବଧାନରେ ୱିକେଟ ହରାଇ ମାତ୍ର ୧୦୪ ରନରେ ଅଲଆଉଟ ହୋଇଥିଲା ପୂରା ଟିମ୍ । ୱେଷ୍ଟଇଣ୍ଡିଜ ପକ୍ଷରୁ ଜେସନ ହୋଲ୍ଡର ସର୍ବାଧିକ ୨୫ ରନ କରିଥିବା ବେଳେ ସାମୁଏଲସ ୨୪ ରନ କରିବାକୁ ସକ୍ଷମ ହୋଇଥିଲେ । ଭାରତ ପକ୍ଷରୁ ରବୀନ୍ଦ୍ର ଜାଡେଜା ସର୍ବାଧିକ ୪ଟି ୱିକେଟ ନେଇ ୱେଷ୍ଟଇଣ୍ଡିଜ ପାଇଁ ଘାତକ ସାଜିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/11/Dq5xMyhUcAAjW9-.jpg)