କନକ ବ୍ୟୁରୋ : ଚୀନ ସୀମାରେ ଭାରତୀୟ ସେନାର ଯୁଦ୍ଧାଭ୍ୟାସ । ପୂର୍ବ ଲଦାଖର ପ୍ରକୃତ ନିୟନ୍ତ୍ରଣ ରେଖାର ଖୁବ ନିକଟରେ ଭାରତୀୟ ବାୟୁସେନା ଓ ସ୍ଥଳ ସେନା ପକ୍ଷରୁ କରାଯାଇଛି ଯୁଦ୍ଧାଭ୍ୟାସ । ଭାରତୀୟ ସେନା ଏହି ଅଭ୍ୟାସ କରି ଚୀନକୁ ବାର୍ତ୍ତା ଦେଇଛି ଯେ, କୌଣସି ବି ପରିସ୍ଥିତି ପାଇଁ ଭାରତୀୟ ସେନା ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ।

Advertisment

ସୀମାକୁ ଜଗିଛି ଭାରତ । ଲଦାଖରେ ସେନାର ଶକ୍ତି ପ୍ରଦର୍ଶନ । ପୂର୍ବ ଲଦାଖ ସୀମାରେ ଯୁଦ୍ଧାଭ୍ୟାସ କରିଛନ୍ତି ଭାରତୀୟ ବାୟୁସେନା ଓ ଆର୍ମି । ଲଦାଖ ଆକାଶରେ ଦେଖିବାକୁ ମିଳିଛି ସେନାର ଅତ୍ୟାଧୁନିକ ହେଲିକପ୍ଟର ଆପାଚେ ଓ ଚିନୁକ୍ । ସମୁଦ୍ର ପତନଠୁ ପ୍ରାୟ ୧୩ହଜାର ୫ଶହ ଫୁଟ ଉଚ୍ଚତାରେ ନିଜର ସାମରିକ କୌଶଳ ଦେଖାଇଛି ସେନା । ଭାରତୀୟ ବାୟୁସେନା ଦୁଇ ଶକ୍ତିଶାଳୀ ଲଢୁଆ ଯୁଦ୍ଧ ହେଲିକପ୍ଟର ଚିନୁକ ଓ ଆପାଚେ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି । ଭାରତ-ଚୀନ ସୀମାଠରୁ ମାତ୍ର ୨୫ କିଲୋମିଟର ଦୂରରେ ରହିଛି ନିୟୋମା ଆଡଭାନ୍ସ ଲ୍ୟାଣ୍ଡିଂ ଗ୍ରାଉଣ୍ଡ । ଭାରତ-ଚୀନ ସୀମା ବିବାଦ ଭିତରେ ଚୀନର ପ୍ରତ୍ୟେକ ଚାଲକୁ ମାତ ଦେଇ ଆସୁଛି ଭାରତ । ଆଗକୁ ଚୀନର ପ୍ରତ୍ୟେକ ଚାଲକୁ ଫିକା କରିବା ପାଇଁ ପୂର୍ବ ଲଦାଖରେ ଶକ୍ତି ପ୍ରଦର୍ଶନ କରିଛି ଭାରତୀୟ ସେନା ।

ବାୟୁସେନା ଓ ଆର୍ମିର ମିଳିତ ଯୁଦ୍ଧାଭ୍ୟାସ । ଉଡିଲା ଆପାଚେ, ଗଡିଲା ଭୀଷ୍ମ ଟ୍ୟାଙ୍କ । କେବଳ ହେଲିକପ୍ଟର ନୁହେଁ ଟ୍ୟାଙ୍କ ଜରିଆରେ ମଧ୍ୟ ଯୁଦ୍ଧଭ୍ୟାସ କରାଯାଇଛି । ୧୪ ହଜାରରୁ ୧୭ ହଜରା ଫିଟ୍ ଉପରେ ବିଶ୍ୱର ସବୁଠୁ ଉଚ୍ଛ ସ୍ଥାନରେ ଭାରତୀୟ ସେନା ନିଜ ବେସ୍ କ୍ୟାମ୍ପ ପ୍ରସ୍ତୁତ କରିଛି । ଆଉ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ଯୁଦ୍ଧାଭ୍ୟାସ କରିଛି । ଗତ ବର୍ଷ ଜୁନ୍ ମାସରୁ ଲଦାଖ ସୀମାରେ ମୁତୟନ ଥିବା ଏହି ଟ୍ୟାଙ୍କ ଗୁଡିକର ଏବେ କରାଯାଇଛି ଅଭ୍ୟାସ । ସ୍ଥଳସେନା ଓ ବାୟୁସେନାର ଏହି ଯୁଗଳବନ୍ଦୀ ଚୀନକୁ ସବୁ ସ୍ଥିତିର କଡ଼ା ଜବାବ ଦେବା ପାଇଁ ସକ୍ଷମ । ନିୟୋମରେ ପ୍ରସ୍ତୁତ ଏହି ଆଡଭାନ୍ସ ଲ୍ୟାଣ୍ଡିଂ ଗ୍ରାଉଣ ପୂରା ଲଦାଖ ପାଇଁ କବଚଠୁ କିଛି କମ ନୁହେଁ । ଚୀନ ଉପରେ ନଜର ରଖିବା ପାଇଁ ପାଟ୍ରୋଲିଂ ପଏଂଟ ନୁହେଁ ଏକ ୱାରଗ୍ରାଉଣ୍ଡ ଗଠନ ହୋଇଛି । ଯେଉଁଠି ଅତ୍ୟାଧୁନିକ ଯୁଦ୍ଧ ଟ୍ୟାଙ୍କକୁ ମୁତୟନ କରାଯାଇଛି ।

ସେନା ଦ୍ୱାରା କରାଯାଇଥିବା ଏହି ଅଭ୍ୟାସ ଚୀନ ସୀମା ଠାରୁ ମାତ୍ର ୪୦ କିଲୋମିଟର ଦୁରରେ କରାଯାଇଛି । ପ୍ରକୃତ ନିୟନ୍ତ୍ରଣ ରେଖାରେ ଚୀନ ସହ ମୁହାଁମୁହିଁ ପରିସ୍ଥିତି ଭିତରେ ସୀମାରେ ନିଜ ଶକ୍ତି ବୃଦ୍ଧି କରୁଛି ଭାରତ । ସୀମାର ଆରପଟେ ବସି ଷଡଯନ୍ତ୍ର ରଚୁଥିବା ପଡୋଶୀଙ୍କୁ ସର୍ତକ କରିଛି କି ବିସ୍ତାରବାଦକୁ ଆଉ ସହ୍ୟ କରାଯିବ ନାହିଁ । ଲେହ ଏୟାରଫିଲ୍ଡ ଓ ଏଏଲସି ମଧ୍ୟରେ ଏହା ଗୁରୁତ୍ୱପୂର୍ଣ୍ଣ ସଂଯୋଗ ସ୍ଥାନ । ତେଣୁ ପୂର୍ବ ଲଦାଖରେ ଆବଶ୍ୟକ ମୁତାବକ ଯୁଦ୍ଧ ସାମଗ୍ରୀ ଯୋଗାଇବା ପାଇଁ କାମରେ ଆସିବ ଏହି ଏୟାରଫିଲ୍ଡ ।