ଟୋକିଓରେ ଭାରତୀୟ ପୁରୁଷ ହକି ଦଳର ଐତିହାସିକ ବିଜୟ : ଖେଳାଳି ଅମିତ ରୋହିଦାସଙ୍କ ପରିବାରରେ ଖୁସିର ମାହୋଲ 

48

କନକ ବ୍ୟୁରୋ : ଟୋକିଓ ଅଲିମ୍ପିକ୍ସରେ ଇତିହାସ ରଚିଲେ ଭାରତୀୟ ପୁରୁଷ ହକି ଦଳ । ୪୧ ବର୍ଷ ପରେ ଅଲିମ୍ପିକ୍ସରୁ ଆସିଲା ମେଡାଲ । ବ୍ରୋଂଜ ମେଡାଲ ନିଜ ନାଁରେ କରିଛି ଭାରତୀୟ ପୁରୁଷ ହକି ଦଳ । ରୋମାଞ୍ଚକର ମୁକାବିଲାରେ ଜର୍ମାନୀକୁ ୫-୪ରେ ହରାଇ ଭାରତୀୟ ଦଳ ଇତିହାସ ରଚିଛି । ଭାରତ ପକ୍ଷରୁ ସିମରନଜିତ୍ ସିଂହ ଦୁଇଟି, ହରମନପ୍ରୀତ ସିଂହ, ଋପିନ୍ଦର ପାଲ ଓ ହାର୍ଦ୍ଦିକ୍ ସିଂହ ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ ।

ଭାରତର ବିଜୟ ପରେ ଟିମରେ ସାମିଲ ଥିବା ଭାରତୀୟ ଦଳର ଖେଳାଳି ଅମିତ ରୋହିଦାସଙ୍କ ପରିବାରରେ ମଧ୍ୟ ଖୁସିର ମାହୋଲ  । ଆଜିର ମ୍ୟାଚ୍କୁ ପରିବାର ସଦସ୍ୟଙ୍କ ସହ ଅନ୍ୟମାନେ ଏକାଠି ବସି ଦେଖିଥିଲେ । ଭାରତ ବିଜୟୀ ହେବା ପରେ ସମସ୍ତେ ସେଲିବ୍ରେସନ୍ କରିଥିଲେ, ଉତ୍ସବ ମନାଇଥିଲେ। ଟୋକିଓରେ ଗାଁର ପୁଅ ଦେଶର ନାଁ ରଖିଥିବାରୁ ସମସ୍ତେ ବେଶ୍ ଖୁସି ଅଛନ୍ତି  ।