ସୀମାରେ ସ୍ଥିତି ନସୁଧୁରିଲେ ଚୀନ୍ ଉପରେ ଆର୍ଥିକ ପ୍ରହାର କରିପାରେ ଭାରତ । ଲଦାଖରେ ଚୀନ୍ ସେନାର କାର୍ଯ୍ୟାନୁଷ୍ଠାନ ଓ ଅକ୍ସାଇ ଚୀନରେ ପିଏଲଏର ଉପସ୍ଥିତି ନେଇ ଆଲୋଚନା ପରେ ପରାମର୍ଶ ଦେଲା ସିଏସଜି ।

985

କନକ ବ୍ୟୁରୋ : ସୀମାରେ ସ୍ଥିତି ନସୁଧୁରିଲେ ଚୀନ୍ ଉପରେ ଆର୍ଥିକ ପ୍ରହାର କରିପାରେ ଭାରତ । ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ, ଚୀନ୍ ଷ୍ଟଡି ଗ୍ରୁପ ସୋମବାର ଦିନ ଲଦାଖରେ ଚୀନ୍ ସେନାର କାର୍ଯ୍ୟାନୁଷ୍ଠାନ ଓ ଅକ୍ସାଇ ଚୀନରେ ପିଏଲଏର ଉପସ୍ଥିତି ନେଇ ଆଲୋଚନା କରିଛି । ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସମେତ ଭାରତ ସରକାରଙ୍କ ବରିଷ୍ଠ ମନ୍ତ୍ରୀ, ବରିଷ୍ଠ ସେନା ଅଧିକାରୀ ଓ ବରିଷ୍ଠ ପଦାଧିକାରୀଙ୍କୁ ନେଇ ଗଠିତ ଏହି ଚୀନ୍ ଷ୍ଟଡି ଗ୍ରୁପ ଆଲୋଚନା ପରେ ଚୀନ୍ ଉପରେ ପୁଣି ଥରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପରାମର୍ଶ ଦେଇଛନ୍ତି । କାରଣ ପେଙ୍ଗଙ୍ଗ ଓ ହଟ୍ ସ୍ପ୍ରିଙ୍ଗ ଅଂଚଳରୁ ଏବେବି ସେନା ପ୍ରତ୍ୟାହାର କରିନାହିଁ ଚୀନ୍ ।

ଚୀନ୍ ଉପରେ ପୁଣି ହୋଇପାରେ ଆର୍ଥିକ ପ୍ରହାର । ପେଙ୍ଗଙ୍ଗ ଓ ହଟ୍ ସ୍ପ୍ରିଙ୍ଗରୁ ପଛକୁ ହଟୁନି ଡ୍ରାଗନ ସେନା । ଲଦାଖ ସୀମାରେ ଅଡି ବସିଛି ଚୀନ୍ । ଲଦାଖର ପେଙ୍ଗଙ୍ଗ ହ୍ରଦ ଓ ହଟ୍ ସ୍ପ୍ରିଙ୍ଗ ଅଂଚଳରେ ଏବେବି ଫରୱାର୍ଡ ପୋଜିସନରେ ରହିଛି ଡ୍ରାଗନ ସେନା । ଫଳରେ ପୁଣି ଥରେ ଚୀନ୍ ଉପରେ ଆର୍ଥିକ ପ୍ରହାର କରିବାକୁ ପ୍ରସ୍ତୁତି କରୁଛି ଭାରତ ସରକାର । ପୂର୍ବରୁ ହୋଇଥିବା ଆଲୋଚନା ପରେ ମଧ୍ୟ ଏବେବି ପିପୁଲ୍ସ ଲିବରେସନ ଆର୍ମି ପେଙ୍ଗଙ୍ଗ ଓ ହଟ୍ ସ୍ପ୍ରିଙ୍ଗ ଅଂଚଳରୁ ସେନା ପ୍ରତ୍ୟାହାର କରିନାହିଁ । ଏପରି ସ୍ଥିତିରେ ଚୀନକୁ ପାନେ ଦେବା ପାଇଁ ମୋଦୀ ସରକାର ପୁଣି ଥରେ ଆର୍ଥିକ ପ୍ରହାର କରିବା ନେଇ ଯୋଜନା କରୁଥିବା ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁସାରେ, ଚୀନ୍ ଷ୍ଟଡି ଗ୍ରୁପ ସୋମବାର ଦିନ ଲଦାଖରେ ଚୀନ୍ ସେନାର କାର୍ଯ୍ୟାନୁଷ୍ଠାନ ଓ ଅକ୍ସାଇ ଚୀନରେ ପିଏଲଏର ଉପସ୍ଥିତି ନେଇ ଆଲୋଚନା କରିଛି । ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସମେତ ଭାରତ ସରକାରଙ୍କ ବରିଷ୍ଠ ମନ୍ତ୍ରୀ, ବରିଷ୍ଠ ସେନା ଅଧିକାରୀ ଓ ବରିଷ୍ଠ ପଦାଧିକାରୀଙ୍କୁ ନେଇ ଗଠିତ ଏହି ଚୀନ୍ ଷ୍ଟଡି ଗ୍ରୁପ ଆଲୋଚନା ପରେ ଚୀନ୍ ଉପରେ ପୁଣି ଥରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପରାମର୍ଶ ଦେଇଛନ୍ତି ।

ବର୍ତମାନର ପରିସ୍ଥିତିରେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ସ୍ୱାଭାବିକ ରହୁ  ବୋଲି ଚୀନ୍ ଚାହୁଁଥିବା ବେଳେ ମୋଦୀ ସରକାର ସ୍ପଷ୍ଟ କରିଛନ୍ତି, ଯେ ପର୍ଯ୍ୟନ୍ତ ପୂର୍ବ ସ୍ଥିତି ଫେରିବ ନାହିଁ ସେ ପର୍ଯ୍ୟନ୍ତ କୌଣସି ଆଲୋଚନା ହେବ ନାହିଁ । ଏହାସତ୍ୱେ ଡ୍ରାଗନ ସେନା ପ୍ରକୃତ ନିୟନ୍ତ୍ରଣ ରେଖାର ନିଜ ସୀମା ଭିତରେ ହିଁ ମୁତୟନ ହୋଇଥିବା ବାରମ୍ବାର କହିଆସୁଛି ଚୀନ୍ ।

ମିଳିଥିବା ସୂଚନା ଅନୁସାରେ ୧୫ଶହ ୯୭ କିଲୋମିଟର ବ୍ୟାପି ଥିବା ପ୍ରକୃତ ନିୟନ୍ତ୍ରଣ ରେଖାରେ ଫରୱାର୍ଡ ପୋଜିସନରେ ରହିବାକୁ ଭାରତୀୟ ସେନାକୁ ନିର୍ଦ୍ଦେଶ ଦିଆଯାଇଛି । ଗତ ମାସ ଜୁଲାଇ ୫ରେ ଉଭୟ ଦେଶର ମେଜର ଜେନେରାଲ ସ୍ତରୀୟ ଆଲୋଚନା ହୋଇଥିଲା । ଏବଂ ଏଥିରେ ସେନା ପ୍ରତ୍ୟାହାର ନେଇ ସହମତି ହୋଇଥିଲା । କିନ୍ତୁ ମାସକ ପରେ ମଧ୍ୟ ସ୍ଥିତିରେ କୌଣସି ପରିବର୍ତନ ଆସିନାହିଁ ।