ଦିନେ କିଣୁଥିଲା ଏବେ ବିକିବ: ରୁଷକୁ ‘ବ୍ରହ୍ମୋସ ମିସାଇଲ’ ବିକ୍ରି କରିପାରେ ଭାରତ

642

କନକ ବ୍ୟୁରୋ: ରୁଷକୁ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ବିକିବ ଭାରତ । ଏବେ ଏହିପରି ଚର୍ଚ୍ଚା ବଢ଼ିଛି । ରୁଷ୍ ଏବେ ୟୁକ୍ରେନ ସହ ପ୍ରାୟ ଦୁଇବର୍ଷ ହେଲା ଯୁଦ୍ଧ ଲଢ଼ୁଛି । ଏହାପାଖରେ ଥିବା କ୍ଷେପଣାସ୍ତ୍ର ସରସରି ଆସିଲାଣି । ତେଣୁ ରୁଷକୁ ମଧ୍ୟ କ୍ଷେପଣାସ୍ତ୍ରର ଆବଶ୍ୟକତ ରହିଛି । ବ୍ରହ୍ମୋସ୍ ଏରୋସ୍ପେଶର ସିଇଓ ଅତୁଲ ଦିନକର ରାଣେ ନିକଟରେ ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଛନ୍ତି ଯେ, ବ୍ରହ୍ମୋସ୍ ବିକ୍ରି ପାଇଁ ରୁଷ ଏକ ସମ୍ଭାବ୍ୟ ବଜାର । ଯଦି ରୁଷ୍ ପାଖରେ ଏବେ ବ୍ରହ୍ମୋସ୍ ଥାନ୍ତା,ଏହା ଖୁବ୍ ସହାୟକ ହୋଇଥାନ୍ତି । ଆଗକୁ ବ୍ରହ୍ମୋସ୍ ପାଇଁ ରୁଷ୍ ପାଖରୁ ଅର୍ଡର ଆସିପାରେ ବୋଲି ମଧ୍ୟ ବ୍ରହ୍ମୋସ୍ ଏରୋସ୍ପେଶ୍ ସିଇଓ କହିଛନ୍ତି । ତେବେ ଏଥିପାଇଁ ଉଭୟ ପକ୍ଷ ମଧରେ ଆଲୋଚନା ହୋଇଛି କି ନାହିଁ, ସେ ନେଇ କିଛି କହି ନାହାନ୍ତି । ବ୍ରହ୍ମୋସ୍ କ୍ଷେପଣାସ୍ତ୍ରକୁ ଭାରତ ଓ ରୁଷ୍ ମିଶି ତିଆରି କରିଛନ୍ତି । ଏଥିପାଇଁ ଉଭୟ ଦେଶର ପ୍ରଯୁକ୍ତି ମଧ୍ୟ ଲାଗିଛି । ଏବେ ୟୁକ୍ରେନ୍ ଓ ରୁଷ୍ ମଧ୍ୟରେ ଯୁଦ୍ଧ ଚାଲିଥିବା ବେଳେ ରୁଷକୁ ପାଶ୍ଚାତ୍ୟ ରାଷ୍ଟ୍ରମାନେ କଡ଼ା ସମାଲୋଚନା କରୁଛନ୍ତି । ହେଲେ ଭାରତ ତାର ମିତ୍ର ରାଷ୍ଟ୍ରକୁ ସମାଲୋଚନା କରି ନାହିଁ, ବରଂ ନିରପେକ୍ଷ ଆଭିମୁଖ୍ୟ ଗ୍ରହଣ କରିଛି ।