ଡିସେମ୍ବର ସୁଦ୍ଧା ଭାରତକୁ ମିଳିବ ଅଷ୍ଟ୍ରାଜେନେକାର ୧୦ କୋଟି ଟିକା: ଜୋରସୋରରେ ଚାଲିଛି ପ୍ରସ୍ତୁତି; ସିରମର ସିଇଓ କହିଲେ, ପ୍ରଥମ ପର୍ଯ୍ୟାୟ ଟିକା ପ୍ରଥମେ ଭାରତରେ ମିଳିବ

397

କନକ ବ୍ୟୁରୋ: ମହାମାରୀ କରୋନା ମୁକାବିଲା ପାଇଁ ବିଶ୍ୱର ସବୁଠାରୁ ବଡ଼ ସଂସ୍ଥା ସିରମ୍ ଇନ୍ଷ୍ଟିଚ୍ୟୁଟ ଟିକା ଉତ୍ପାଦନରେ ଲାଗିପଡ଼ିଛି । ଡ଼ିସେମ୍ବର ଶେଷ ସୁଦ୍ଧା ଭାରତକୁ ମିଳିବ ଅଷ୍ଟ୍ରାଜେନେକାର ୧୦ କୋଟି ଟିକା । ଯାହାର ପ୍ରସ୍ତୁତି ଜୋରସୋରରେ ଚାଲିଛି । ସିରମ୍ ଇନ୍ଷ୍ଟିଚ୍ୟୁଟର ସିଇଓ ଆଦର ପୁନାୱାଲ ଏହା କହିଛନ୍ତି ।

ଅଷ୍ଟ୍ରାଜେନେକାର କୋଭିଡ଼ ଟିକା ଭାଇରାସରୁ ସୁରକ୍ଷା ଦେବାରେ ସଫଳ ହୋଇଥିବାରୁ ଏହାର ୧୦୦ କୋଟି ମାତ୍ରା ପ୍ରସ୍ତୁତ କରିବାକୁ ସରିମ୍ ଚୁକ୍ତିବଦ୍ଧ ହୋଇଛି । ସିରମ୍ ପ୍ରଥମ ପର୍ଯ୍ୟାୟରେ ଯେଉଁ ଟିକା ତିଆରି କରିବ ତାହା ପ୍ରଥମେ ଭାରତରେ ଉପଲବ୍ଧ ହେବ ବୋଲି ପୁନାୱାଲା ସ୍ପଷ୍ଟ କରିଛନ୍ତି । ଏହି ଟିକା ବର୍ତମାନ ଦେଶରେ ୩ ପର୍ଯ୍ୟାୟ ପରୀକ୍ଷଣ ହେଉଛି ।