କରୋନା ସଂକ୍ରମଣରେ ଇଟାଲିକୁ ଟପିଗଲା ଭାରତ: ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ୩୬ ହଜାର ପାର କରିବା ପରେ ବିଶ୍ୱରେ ଛଅ ନମ୍ବର; ସେପଟେ ଏବେ ବି ଶୀର୍ଷରେ ରହିଛି ଆମେରିକା

932

କନକ ବ୍ୟୁରୋ: କରୋନା ସଂକ୍ରମଣରେ ଇଟାଲିକୁ ଟପିଗଲା ଭାରତ । ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ୩୬ ହଜାର ପାର କରିବା ପରେ ବିଶ୍ୱରେ ଛଅ ନଂବର ସ୍ଥାନରେ ପହଁଚି ଯାଇଛି ଭାରତ । ସେହିପରି ଭାରତରେ କରୋନା ମୃତ୍ୟ ୁ ସଂଖା ୬ ହଜାର ୬୪୨କୁ ବଢି ଯାଇଛି । ବର୍ତମାନ ଦେଶରେ ୧ ଲକ୍ଷ ୧୫ ହଜାର ୯୪୨ ଆକ୍ଟିଭ୍ କେସ୍ ରହିଛି । ଚିକିତ୍ସା ପରେ ୧ ଲକ୍ଷ ୧୪ ହଜାର ୭୩ ଜଣ ସୁସ୍ଥ ହୋଇ ଡାକ୍ତରଖାନାରୁ ଫେରିଛନ୍ତି ।

ଦେଶରେ ଗତ ୨୪ ଘଂଟାରେ ୯ ହଜାର ୮୮୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିନକରେ ସର୍ବାଧିକ ୨୯୪ ଜଣଙ୍କ ଜୀବନ ଯାଇଛି କରୋନାରେ । ଏହି ମୃତକଙ୍କୁ ମିଶାଇ ଦେଶରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୬ ହଜାର ୬୪୨କୁ ବୃଦ୍ଧି ହୋଇଛି । ଆମେରିକା, ବ୍ରାଜିଲ, ଋଷିଆ, ବ୍ରିଟେନ୍, ସ୍ପେନ ପରେ ସର୍ବାଧିକ କରୋନା ଆକ୍ରାନ୍ତରେ ବଶ୍ୱରେ ଷଷ୍ଠ ସ୍ଥାନରେ ରହିଛି ଭାରତ । ଇଟାଲିରେ କରୋନା ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ୩୪ ହଜାର ରହିଛି । ଭାରତରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ୩୬ ହଜାର ୬ ଶହ ୫୭ ରହିଛି ।