କନକ ବ୍ୟୁରୋ : ଦେଶରେ ଡିସେମ୍ବର ମାସରେ ପୁଣି ଉତ୍ପାଦନ କ୍ଷେତ୍ରରେ ଧିମା ଅବସ୍ଥା ଦେଖିବାକୁ ମିଳିଛି । ଏନେଇ ପିଏମଆଇ ବା ପରଚେଙ୍ଗ୍ ମ୍ୟାନେଜର ଇଣ୍ଡେକ୍ସ ରିପୋର୍ଟ ପ୍ରଦାନ କରିଛି । ଗତ ୧୮ ମାସ ମଧ୍ୟରେ ଦେଶର ଉତ୍ପାଦନ ସର୍ବନିମ୍ନ ସ୍ତରକୁ ଆସିଥିବା ଏହି ରିପୋର୍ଟରେ କୁହାଯାଇଛି ।
ଏଚଏସବିସି ଇଣ୍ଡିଆର ସର୍ଭେ ରିପୋର୍ଟ ବା ପିଏମଆଇର ତଥ୍ୟ ମୁତାବକ ଡିସେମ୍ବର ୨୦୨୩ରେ ଉତ୍ପାଦନ କମି ୫୪.୯ ରେ ପହଂଚିଛି । ହେଲେ ନଭେମ୍ବର ୨୦୨୩ ରେ ଏହା ୫୬ ପଏଣ୍ଟରେ ଥିଲା । ପିଏମଆଇ ଭାଷାରେ ସୂଚକାଙ୍କ ୫୦ ରୁ ଅଧିକ ହେବା ଅର୍ଥ ସଂପ୍ରସାରଣ ହୋଇଥିବା ବେଳେ ୫୦ ରଚ କମ୍ ଅଙ୍କ ସଙ୍କୋଚନକୁ ସୂଚାଇଥାଏ । ଏହା କ୍ରମାଗତ ୩୦ତମ ମାସ ଯେତେବେଳେ ଉତ୍ପାଦନ ପିଏମଆଇ ସଂଖ୍ୟା ୫୦ ଉପରେ ରହିଛି । ଡିସେମ୍ବର ପିଏମଆଇ ତଥ୍ୟ କ୍ରମାଗତ ୩୦ ତମ ମାସ ପାଇଁ ମୋଟ ଅପରେଟିଂ ସ୍ଥିତିରେ ଉନ୍ନତି ସୂଚାଉଛି । ଅର୍ଥାତ କ୍ରମାଗତ ୨.୬ ବର୍ଷ ଧରି ଦେଶର ଉତ୍ପାଦନ ଗତି ସନ୍ତୁଳିତ ହୋଇ ରହିଛି ।
ଯଦି ଆମେ ଗତ କିଛି ମାସର ଉତ୍ପାଦନ ପିଏମଆଇ ତଥ୍ୟ ଦେଖିବା ତେବେଳ ମେ’ ମାସରେ ୫୭.୮, ଜୁନ ମାସରେ ୫୭.୮, ଜୁଲାଇ ମାସରେ ୫୭.୭, ଅଗଷ୍ଟ ମାସରେ ୫୮.୬, ସେପ୍ଟେମ୍ବର ମାସରେ ୫୭.୫, ଅକ୍ଟୋବର ମାସରେ ୫୫.୫, ନଭେମ୍ବର ମାସରେ ୫୬.୦ ଓ ଡିସେମ୍ବର ମାସରେ ୫୪.୯ ପଏଣ୍ଟ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/01/2-3.jpg)