ଭାରତ ଏବଂ ମାଲଦ୍ୱୀପ ମଧ୍ୟରେ ସମ୍ପର୍କ ଏବେ ଏକ ଖରାପ ସମୟ ଦେଇ ଗତି କରୁଛି ।  ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲକ୍ଷାଦୀପ ଗସ୍ତ ପରେ ଦୁଇ ଦେଶ ମଧ୍ୟରେ ଦେଖାଦେଇଥିବା ବିବାଦ ବର୍ତ୍ତମାନ ହ୍ରାସ ପାଇବାରେ ଲାଗିଛି କି ? ଗଣତନ୍ତ୍ର ଦିବସ ଅବସରରେ ମାଲଦ୍ୱୀପରୁ କିଛି ଟ୍ୱିଟ୍ ଆସିଛି, ଏହାଦ୍ବାରା ମାଲଦ୍ୱୀପର କଣ କହିବାକୁ ଚାହୁଁଛି ?

ଏହା ମାତ୍ର କିଛି ଦିନ ପୁରୁଣା କଥା । ସମସ୍ତଙ୍କର ମନେ ଥିବ ।  ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲକ୍ଷାଦୀପକୁ ଯାଇଥିଲେ ଏବଂ ସେଠାକାର କିଛି ଫଟୋ ସୋସିଆଲ ମେଡ଼ିଆରେ ସେୟାର କରିଥିଲେ ଏବଂ ଲୋକମାନଙ୍କୁ ଲକ୍ଷାଦୀପକୁ ଏକ ଭଲ ସମୁଦ୍ରକୁଳ ବୁଲିବା ସ୍ଥାନ ବୋଲି କହିଥିଲେ ତଥା ସେଠାକୁ ପରିଦର୍ଶନ କରିବାକୁ  କହିଥିଲେ । ଏହାକୁ ନେଇ ମାଲଦ୍ୱୀପର କିଛି ମନ୍ତ୍ରୀ ଭାରତ ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ଅତ୍ୟନ୍ତ ଖରାପ ମନ୍ତବ୍ୟ ଦେଇଥିଲେ । ତାପରେ ଆରମ୍ଭ ହେଇଯାଇଥିଲା ବିବାଦ । ଏହା ପରେ ରାଷ୍ଟ୍ରପତି ମହମ୍ମଦ ମୋଇଜୁ ତୁରନ୍ତ ଚୀନ୍ ଗସ୍ତରେ ଯାଇଥିଲେ । ସେଠାରେ ତାଙ୍କୁ ସ୍ୱାଗତ କରାଯାଇଥିଲା । କୁହାଯାଇଥିଲା ଯେ ଏହା ମାଲଦ୍ୱୀପ ଦ୍ଵାରା ଭାରତ ବିରୋଧୀ ଏକ ଚାଲ ।  ଏଭଳି ପରିସ୍ଥିତିରେ ୨୬ ନୁଆରୀରେ ରାଷ୍ଟ୍ରପତି ମୋଇଜୁଙ୍କ ଟ୍ୱିଟର ହ୍ୟାଣ୍ଡେଲ ଉପରେ ଲୋକଙ୍କ ଆଖି ଥିଲା ।

ଏବେ ଏହି ଟୁଇଟ୍ ସବୁ ସେଠାରୁ ଆସିଛି ।

ମାଲଦ୍ୱୀପର ରାଷ୍ଟ୍ରପତି ଭାରତକୁ ୭୫ ତମ ଗଣତନ୍ତ୍ର ଦିବସରେ ଅଭିନନ୍ଦନ ଜଣାଇଛନ୍ତି । ଏହା ମଧ୍ୟ କହିଛି ଯେ ଶତାବ୍ଦୀ ପୁରୁଣା  ବନ୍ଧୁତା ଏବଂ ପାରସ୍ପରିକ ସମ୍ମାନର ଗଭୀର ଭାବନା ମାଧ୍ୟମରେ ଭାରତ-ମାଲଦ୍ୱୀପ ସମ୍ପର୍କ ଅଗ୍ରଗତି କରିଛି ।

ନଭେମ୍ବର ଠାରୁ ଏହିପରି ସମ୍ପର୍କ ବିଗିଡି ଯାଇଛି !

ଗତ ବର୍ଷ ନଭେମ୍ବର ମାସରେ ମହମ୍ମଦ ମୁଇଜୁ ମାଲଦ୍ୱୀପର ରାଷ୍ଟ୍ରପତି ହେବା ପରଠାରୁ ଭାରତ ଏବଂ ମାଲଦ୍ୱୀପ ମଧ୍ୟରେ କୂଟନୈତିକ ତିକ୍ତତା ଆରମ୍ଭ ହେଇଯାଇଛି । ମହମ୍ମଦ ମୁଇଜୁ ଜଣେ ଚୀନ ସମସ୍ଥକ ବୋଲି ସମସ୍ତେ ଜାଣନ୍ତି । ଏଭଳି ପରିସ୍ଥିତିରେ ଭାରତର ଗଣତନ୍ତ୍ର ଦିବସରେ ମାଲଦ୍ୱୀପ ରାଷ୍ଟ୍ରପତିଙ୍କ ଶୁଭେଚ୍ଛା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି । ଯେଉଁଥିରେ ସେ ମାଲଦ୍ୱୀପର ଲୋକ ତଥା ସରକାରଙ୍କ ତରଫରୁ ଭାରତର ଲୋକ ତଥା ସରକାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ମାଲଦ୍ୱୀପର ରାଷ୍ଟ୍ରପତିଙ୍କ ବ୍ୟତୀତ ବୈଦେଶିକ ମନ୍ତ୍ରୀ ମୁସା ଜାମିର ଏବଂ ଦୁଇ ପୂର୍ବତନ ରାଷ୍ଟ୍ରପତି ମଧ୍ୟ ଭାରତକୁ ଅଭିନନ୍ଦନ ଜଣାଇଛନ୍ତି । ଏସବୁ ମଧ୍ୟରେ ମଧ୍ୟ ନିଜର ସୈନ୍ୟ ପ୍ରତ୍ୟାହାର କରିବାକୁ ମାଲଦ୍ୱୀପ ଭାରତ ସରକାରଙ୍କୁ ଏକ ଅଲ୍ଟିମାଟମ୍ ଦେଇଛି ।

ଅତିକମରେ ୪୦୦ କୋଟି ଟଙ୍କା କ୍ଷତି

ନିକଟରେ ମାଲଦ୍ୱୀପ ସରକାର ମଧ୍ୟ  ଚାଇନାର ଏକ ଜାହାଜକୁ ମାଲଦ୍ୱୀପର ରାଜଧାନୀ ମେଲ ବନ୍ଦର ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ମଧ୍ୟ ଭାରତ ପାଇଁ ଆଦୌ ଭଲ ବୋଲି ବିବେଚନା କରାଯାଉନାହିଁ ।  ଭାରତ ସନ୍ଦେହ କରୁଛି ଯେ ଚୀନ୍ ସେହି ଅନୁସନ୍ଧାନ ଜାହାଜକୁ ଗୁପ୍ତଚର କାର୍ଯ୍ୟ ପାଇଁ ବ୍ୟବହାର କରିବ । ଭାରତର ଆପତ୍ତି ଏବଂ ଚିନ୍ତା ସତ୍ତ୍ୱେ ମାଲଦ୍ୱୀପଙ୍କ ପଦକ୍ଷେପ ଚିନ୍ତାଜନକ ଥିଲା । କିନ୍ତୁ ଗଣତନ୍ତ୍ର ଦିବସରେ ଶୁଭେଚ୍ଛା  ପରେ ମାଲଦ୍ୱୀପର ସ୍ୱର ଟିକେ ନରମ ହେଇଗଲା କି ? ଏହା ସମୟ କହିବ। କାରଣ ଏହା ମଧ୍ୟ ଏକ ବାସ୍ତବତା ଯେ ଭାରତ ସହିତ ସମ୍ପର୍କ ଖରାପ କରି ମାଲଦ୍ୱୀପକୁ କ୍ଷତି ସହିବାକୁ ପଡୁଛି । ଖର୍ଚ୍ଚ କରିବାକୁ ପଡୁଛି । ଏକ  ରିପୋର୍ଟ ଅନୁଯାୟୀ ଏବେ ମାଲଦ୍ୱୀପ ୪୦୦ କୋଟିରୁ ଅଧିକ କ୍ଷତି ସହିଛି ।