ଉଗ୍ର ହେବାରେ ଲାଗିଛି ଭାରତ-ମାଳଦ୍ୱୀପ ବିବାଦ । ଚୀନରୁ ଫେରିବା ପରେ ଭାରତକୁ ମାଳଦ୍ୱୀପ ରାଷ୍ଟ୍ରପତିଙ୍କ ନାଲିଆଖି ।

682

କନକ ବ୍ୟୁରୋ: ଚୀନରୁ ଫେରିବା ପରେ ଭାରତକୁ ମାଳଦ୍ୱୀପ ରାଷ୍ଟ୍ରପତିଙ୍କ ନାଲିଆଖି । ମାର୍ଚ୍ଚ ୧୫ସୁଦ୍ଧା ସୈନ ପ୍ରତ୍ୟାହାର କରିନେବାକୁ ମହମ୍ମଦ ମୋଇଜୁଙ୍କ ଅଲଟିମେଟମ । ଦୁଇ ଦେଶର ସମ୍ପର୍କରେ ଦେଖାଦେଇଥିବା ବିବାଦ ଦିନକୁ ଦିନ ଉଗ୍ର ହେବାରେ ଲାଗିଛି । ଭାରତୀୟ ପର୍ଯ୍ୟଟକ ମାନେ ଏବେ ମାଳଦ୍ୱୀପରୁ ମୁହଁ ଫେରାଇ ଲାକ୍ଷାଦ୍ୱୀପକୁ ପସନ୍ଦ କରୁଥିବା ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୋଇଜୁ ପୁଣିଥରେ ଇଣ୍ଡିଆ ଆଉଟ ସ୍ଲୋଗାନ ଦେବା ସହ ୧୫ମାର୍ଚ୍ଚ ସୁଦ୍ଧା ଭାରତୀୟ ସୈନଙ୍କୁ ଦେଶକୁ ଫେରାଇନିଅ ବୋଲି ଦାବି ଦେହରାଇଛନ୍ତି ।

ସରକାରୀ ତଥ୍ୟ ଅନୁଯାୟୀ ମାଳଦ୍ୱୀପରେ ୮୮ଜଣ ଭାରତୀୟ ସୈନ ରହିଛନ୍ତି । ମାଳଦ୍ୱୀପକୁ ଭାରତ ପକ୍ଷରୁ ଦିଆଯାଇଥିବା ହେଲିକପ୍ଟର, ବିମାନ ଓ ବୋଟର ପରିଚାଳନା ପାଇ ସୈନ ମାନେ ସେଠାରେ ରହିଛନ୍ତି । ଭାରତ ସହ ବିବାଦ ଭିତରେ ଚୀନ ସହ ସମ୍ପର୍କ ମଜବୁତ କରୁଛି ମାଳଦ୍ୱୀପ । ଚୀନକୁ ମାଳଦ୍ୱୀପ ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ଉଭୟ ଦେଶ ମଧ୍ୟରେ ୨୦ ଚୁକ୍ତି ସ୍ୱାକ୍ଷାରିତ କରାଯାଇଛି । ସେପଟେ ମାଳଦ୍ୱୀପ ପର୍ଯଟନ ଭିତିଭୂମି ମଜବୁତ ପାଇଁ ଚୀନ ମଧ୍ୟ ପୁଂଜି ନିବେଶ କରିବାକୁ ରାଜି ହୋଇଥିବା ଜଣାପଡିଛି ।