ତାଇୱାନ ପ୍ରସଙ୍ଗରେ ଦୂରେଇ ରହିବାକୁ ଭାରତକୁ ଚୀନର ଚେତାବନୀ : ଆମେରିକାକୁ ଅନୁସରଣ ନ କରିବାକୁ ତାଗିଦ୍

599

କନକ ବ୍ୟୁରୋ :ଭାରତକୁ ଚୀନର ଚେତାବନୀ । ତାଇୱାନ ପ୍ରସଙ୍ଗରେ ଦୂରେଇ ରହିବାକୁ ଚେତାବନୀ ଦେଇଛି ଚୀନ୍ । ଚୀନ୍ କହିଛି ଭାରତକୁ ‘ୱାନ୍ ଚାଇନା’ ନୀତିରେ କାଏମ ରହିବାକୁ ହେବ । ଭାରତ ଏହି ମାମଲାରେ ଆମେରିକାର ନୀତିକୁ ଅନୁସରଣ କରିବା ଠିକ୍ ନୁହେଁ ବୋଲି କୁହାଯାଇଛି । ସେପଟେ ଚୀନର ଏକ ବିଶାଳ ଜାହାଜ ଶ୍ରୀଲଙ୍କା ମୁହାଁ ହୋଇଛି । ଆସନ୍ତା ୧୧ ତାରିଖରେ ଦକ୍ଷିଣ ଶ୍ରୀଲଙ୍କାର ହମ୍ବନତୋଟା ବନ୍ଦରରେ ଏହି ବିଶାଳ ଗବେଷଣା ଜାହାଜ ପହଞ୍ଚିବ । ଚୀନ୍ ଦ୍ୱାରା ପରିଚାଳିତ ଏହି ବନ୍ଦରରେ ଚୀନ୍ ସାମରିକ ପ୍ରତିଷ୍ଠାନ ଯାଞ୍ଚ କରିପାରୁଥିବା ଜାହାଜ ମୁତୟନ କରିବ । ତେଣୁ ଭାରତ ଏଥିପାଇଁ ଚିନ୍ତା ପ୍ରକଟ କରିଛି ।