କନକ ବ୍ୟୁରୋ: ଏସିଆନ୍ ଗେମସ୍ରେ ଭାରତର ଦମ୍ଦାର ଆରମ୍ଭ । ପ୍ରଥମ ଦିନରେ ଆରମ୍ଭରୁ ହାତେଇଲା ୨ଟି ପଦକ । ସିଲଭର ମେଡାଲରୁ ଭାରତ ଆରମ୍ଭ କରିଛି ପଦକ ଯାତ୍ରା । ଏୟାର ରାଇଫଲ ଓ ରୋଇଂରେ ଭାରତକୁ ସିଲଭର ମେଡାଲ ମିଳିଛି । ରୋଇଂରେ ଅର୍ଜୁନ ଲାଲ ଓ ଅରବିନ୍ଦ ସିଂହ ରୌପ୍ୟ ପଦକ ହାସଲ କରିଛନ୍ତି । ସେହିପରି ମହିଳା ୧୦୦ ମିଟର ଏୟାର ରାଇଫଲରେ ମଧ୍ୟ ରୌପ୍ୟ ପଦକ ହାତେଇଛି ଭାରତ । ମେହୁଲି ଘୋଷ, ରମିତା ଓ ଆଶି ଚୌକସି ଏହି ପଦକ ହାତେଇଛନ୍ତି ।
ଏସୀୟ କ୍ରୀଡାରେ ଭାରତ ଦମଦାର ଆରମ୍ଭ, ପ୍ରଥମ ଦିନରେ ହାତେଇଲା ୨ ପଦକ
/kanak/media/post_attachments/wp-content/uploads/2023/09/India-at-Asian-Games.jpg)