କନକ ବ୍ୟୁରୋ : ଇଂଲଣ୍ଡ ଠାରୁ ଅନ୍ତିମ ଟେଷ୍ଟରେ ମଧ୍ୟ ହାରିଲା ଭାରତ । ଭାରତ ବିରୋଧରେ ମଙ୍ଗଳବାର ଇଂଲଣ୍ଡ ଓଭାଲ ଟେଷ୍ଟକୁ ୧୧୮ ରନରେ ବିଜୟୀ ହୋଇଛି। ଇଂଲଣ୍ଡ ପ୍ରଥମେ ଟସ୍ ଜିଣି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମ ଇନିଂସରେ ସମସ୍ତ ଓ୍ଵିକେଟ ହରାଇ ୩୩୨ ରନ୍ ଓ ଦ୍ୱିତୀୟ ଇନିଂସରେ ୮ ଓ୍ଵିକେଟ ହରାଇ ୪୨୩ ରନ୍ ସଂଗ୍ରହ କରିବା ପରେ ଘୋଷଣା ପାଳି କରିଥିଲା। ଭାରତ ପ୍ରଥମ ଇନିଂସରେ ସମସ୍ତ ଓ୍ଵିକେଟ ହରାଇ ୨୯୨ ରନ୍ ଓ ଦ୍ୱିତୀୟ ଇନିଂସରେ ସମସ୍ତ ଓ୍ଵିକେଟ ହରାଇ ୩୪୫ ରନ୍ ସଂଗ୍ରହ କରିଥିଲା। ଫଳରେ ଭାରତ ଶେଷ ତଥା ୫ମ ଟେଷ୍ଟରେ ୧୧୮ ରନରେ ପରାସ୍ତ ହୋଇଛି। ଏଥି ସହିତ ଇଂଲଣ୍ଡ ଚଳିତ ଶୃଙ୍ଖଳାକୁ ୪-୧ରେ ବିଜୟୀ ହୋଇଛି।
ଓପନର୍ କେ.ଏଲ୍ ରାହୁଲ ଲଢୁଆ ବ୍ୟାଟିଂ କରି ୨୨୪ଟି ବଲ୍ ଖେଳି ୧୪୯ ରନ୍ ସଂଗ୍ରହ କରିଥିଲେ। ଏଥିରେ ୨୦ଟି ଚୌକା ଓ ଗୋଟିଏ ଛକା ଶାମିଲ ଥିଲା। ସେହିପରି ଆଦିଲ ରସିଦଙ୍କ ଦ୍ୱାରା ରାହୁଲ ବୋଲ୍ଡ ହୋଇଥିଲେ। ସେହିପରି ଋଷଭ ପନ୍ଥ ୧୪୬ଟି ବଲ ଖେଳି ୧୧୪ ରନ୍ ଯୋଡ଼ିଥିଲେ। ଏଥିରେ ୧୫ଟି ଚୌକା ଓ ୪ଟି ଛକା ଶାମିଲ ଥିଲା। ଭାରତର ପ୍ରଥମ ଓ ଶେଷ ପର୍ଯ୍ୟାୟର ବ୍ୟାଟସମ୍ୟାନ ମାନେ ଦୁର୍ବଳ ପ୍ରଦର୍ଶନ କରିଥିଲେ। ଇଂଲଣ୍ଡ ପକ୍ଷରୁ ଜେମସ୍ ଆଣ୍ଡରସନ୍ ୩ଟି ଓ୍ଵିକେଟ୍, ସାମ୍ କୁରେନ ଓ ଆଦିଲ ରସିଦ ୨-୨ ଓ୍ଵିକେଟ୍ ନେଇଥିବା ବେଳେ ଷ୍ଟୁଆର୍ଟ ବ୍ରୋଡ, ମୋଇନ ଅଲି ଓ ବେନ୍ ଷ୍ଟୋକସଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ୍ ମିଳିଥିଲା।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/09/Joe-Root-and-teammates-celebrate-after-the-review-of-Virat-Kohli-wicket-is-given-out-during-day-4-of-the-Second-Test-Match-between-England-and-India-at-Lords_Getty.jpg)