ପୁଣି ଥରେ ପଦାରେ ପଡିଲା ଭାରତର ବ୍ୟାଟିଂ ଦୁର୍ବଳତା । ଭାରତ-ଇଂଲଣ୍ଡ ମଧ୍ୟରେ ଲର୍ଡସରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟରେ ପୁଣି ଥରେ ନିରାଶ କରିଛି ବିରାଟ ବାହିନୀ । ଇଂଲଣ୍ଡ ଠାରୁ ଆଉ ଏକ ଲଜ୍ଜାଜନକ ପରାଜୟ ବରଣ କରିଛି ଦଳ । ଭାରତକୁ ଇନିଂସ ଓ ୧୫୯ ରନରେ ହରାଇଛି ଇଂଲଣ୍ଡ । ଆଉ ଏହି ବିଜୟ ସହ ଇଂଲଣ୍ଡ ୫ ଟିକିଆ ସିରିଜରେ ୨-୦ରେ ଆଗୁଆ ରହିଛି ।
ଟସ ହାରି ପ୍ରଥମେ ବ୍ୟାଟିଂ ଆରମ୍ଭ କରିଥିବା ଭାରତୀୟ ଦଳ ପ୍ରଥମ ଇନିଂସରେ ମାତ୍ର ୧୦୭ ରନ କରି ସମସ୍ତ ୱିକେଟ ହରାଇଥିଲା । ଜବାବରେ ଇଂଲଣ୍ଡ ୪ର୍ଥ ଦିନରେ ରବିବାର ୭ ଓ୍ଵିକେଟ୍ରେ ୩୯୬ ରନ୍ ସଂଗ୍ରହ କରି ପାଳି ଘୋଷଣା କରିଥିଲା । ଏହି ଆଧାରରେ ଇଂଲଣ୍ଡ ୨୮୯ ରନ୍ ଅଗ୍ରଣୀ ରହିଥିଲା । ତେବେ ଦ୍ୱିତୀୟ ଇଂନିସ ଆରମ୍ଭରୁ ହିଁ ଦଳ ହୁର୍ବଳ ବ୍ୟାଟିଂ ପ୍ରଦର୍ଶନ କରିଥିଲା । ଦଳର ଖାତା ଖୋଲିବା ପୂର୍ବରୁ ୱିକେଟ ହରାଇଥିଲା ଟିମ୍ ଇଣ୍ଡିଆ । ଏହାପରେ ଧିରେ ଧିରେ ଦଳର ବିପର୍ଯ୍ୟୟ ଘଟିଥିଲା । ଏବଂ ଶେଷରେ ୧୩୦ ରନରେ ଦଳ ଅଲଆଉଟ୍ ହୋଇଯାଇଥିଲା । ଏହା ସହ ଦ୍ୱିତୀୟ ଟେଷ୍ଟ ମଧ୍ୟ ହାତଛଡା କରିଛି ଭାରତ । ସିରିଜ ଜିତିବାକୁ ହେଲେ ଅନ୍ୟ ୩ଟି ଟେଷ୍ଟକୁ ଭାରତକୁ ନିଜ କବଜାକୁ ନେବା ପାଇଁ ପଡିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/08/woakes.jpg)