ଚାମ୍ପିଅନ୍ସ ଟ୍ରଫିର ଫାଇନାଲ ମୁକାବିଲାରେ ୧୪ ଥର ଚାମ୍ପିଅନ ଅଷ୍ଟ୍ରେଲିଆ ରବିବାର ଭାରତୀୟ ପୁରୁଷ ହକି ଟିମକୁ ୩-୧ରେ ପରାସ୍ତ କରି ପୁଣି ଥରେ ଚମ୍ପିଅନ ହୋଇଛି । ଏଥି ସହିତ ଅଷ୍ଟ୍ରେଲିଆ ଚାମ୍ପିଅନ୍ସ ଟ୍ରଫିକୁ ୧୫ ଥର ପାଇଁ ଅକ୍ତିଆର କରିଛି । ଅଷ୍ଟ୍ରେଲିଆ ଭାରତକୁ ସୁଟ୍ ଆଉଟରେ ୩-୧(୧-୧)ରେ ହରାଇ ଚାମ୍ପିଅନ୍ସ ଟ୍ରଫି ହକି ଟୁର୍ଣ୍ଣାମେଣ୍ଟକୁ ନିଜର କରିଛି । ଅନ୍ୟପକ୍ଷରେ ଭାରତ ୨ୟ ଥର ଫାଇନାଲରେ ପ୍ରବେଶ କରି ବି ଚାମ୍ପିଅନ ହୋଇ ପାରି ନାହିଁ ।
ନିର୍ଦ୍ଧାରିତ ସମୟ ପର୍ୟ୍ୟନ୍ତ ଉଭୟ ଟିମ୍ ୧-୧ରେ ସମାନ ସ୍ତରରେ ଥିଲେ । ମ୍ୟାଚର ପ୍ରଥମ ଗୋଲ ଅଷ୍ଟ୍ରେଲିଆ ପାଇଁ ଗୋବର୍ସ ୨୪ ମିନିଟରେ ଦେଇଥିଲେ । ସେହିଭଳି ଭାରତ ପକ୍ଷରୁ ବିବେକ ସାଗର ୪୨ ମିନିଟରେ ଗୋଲ ଦେଇ ମ୍ୟାଚକୁ ସମାନ ସ୍ତରକୁ ଆଣିଥିଲେ । ପୂର୍ବରୁ ଭାରତ ୨୦୧୬ରେ ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ପ୍ରବେଶ କରିଥିଲା । ସେହି ସମୟରେ ମଧ୍ୟ ଅଷ୍ଟ୍ରେଲିଆ ଠାରୁ ଭାରତ ପରାସ୍ତ ହୋଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/07/IND-1-620x400.jpg)
/kanak/media/post_attachments/wp-content/uploads/2018/07/Hockey_0-300x168.jpeg)