ଆଜି ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ : ଲିଡ୍ସର ଲଜ୍ଜାଜନକ ପରାଜୟକୁ ଭୁଲି ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ବିରାଟ ବାହିନୀ

ମଧ୍ୟକ୍ରମ ବ୍ୟାଟିଂ ଉପରେ ରହିବ ନଜର; ଦଳରେ ସାମିଲ ହୋଇଛନ୍ତି ଦ୍ରୁତ ବୋଲର ପ୍ରସିଦ୍ଧି କ୍ରିଷ୍ଣା

141

କନକ ବ୍ୟୁରୋ : ଆଜିଠୁ ଓଭାଲରେ ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯିବ ଚତୁର୍ଥ ଟେଷ୍ଟ । ତୃତୀୟ ଟେଷ୍ଟର ପ୍ରଦର୍ଶନକୁ ଦୋହରାଇବା ଲକ୍ଷ୍ୟରେ ରହିଛି ଘରୋଇ ଦଳ । ତୃତୀୟ ଟେଷ୍ଟରେ ଇନିଂସ ବିଜୟ ପରେ ଇଂଲଣ୍ଡର ମନୋବଳ ଦୃଢ ରହିଛି । ବ୍ୟାଟ୍ସମ୍ୟାନ୍ ମାନେ ଫର୍ମକୁ ଫେରିଛନ୍ତି । ସେହିପରି ଭାରତୀୟ ଦଳ ଲଢୁଆ ପ୍ରଦର୍ଶନ କରି ସିରିଜକୁ ପ୍ରତ୍ୟାବର୍ତ୍ତନ କରିବାକୁ ଚେଷ୍ଟା କରିବ । ଦଳର ବିଭିନ୍ନ ବିଭାଗର ତ୍ରୁଟି ସାମ୍ନାକୁ ଆସିଛି । ତେଣୁ ତ୍ରୁଟି ସୁଧାରି ସିରିଜକୁ ଫେରିବାକୁ ଚେଷ୍ଟା କରିବ ବିରାଟ ବାହିନୀ । ଚତୁର୍ଥ ଟେଷ୍ଟ ପୂର୍ବରୁ ପେସ୍ ବୋଲର ପ୍ରସିଦ୍ଧି କ୍ରିଷ୍ଣାଙ୍କୁ ଦଳରେ ସାମିଲ କରାଯାଇଛି । ସେ ଅତିରିକ୍ତ ସଦସ୍ୟ ଭାବେ ଦଳ ସହ ଇଂଲଣ୍ଡ ଗସ୍ତ କରିଥିଲେ । ନେଟ୍ସରେ ବ୍ୟାଟ୍ସମ୍ୟାନଙ୍କୁ ଅଭ୍ୟାସରେ ସହାୟତା କରୁଥିଲେ । ରବୀନ୍ଦ୍ର ଜାଡେଜା ଆହତ ଥିବାରୁ ତାଙ୍କ ସ୍ଥାନରେ ଅଶ୍ୱିନୀଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରାଯାଇପାରେ ।