ଦେଶରେ କମୁଛି କରୋନା ସଂକ୍ରମଣ : ୨୪ ଘଂଟାରେ ୧୪,୩୪୮ ସଂକ୍ରମିତ, ୮୦୫ ମୃତ

30

କନକ ବ୍ୟୁରୋ : ଦେଶରେ କମୁଛି କରୋନା ସଂକ୍ରମଣ । ୨୪ ଘଂଟା ମଧ୍ୟରେ ଦେଶରେ ୧୪ ହଜାର ୩୪୮ ଜଣ କରୋନାରେ ସଂକ୍ରମିତ ହୋଇଥିବାବେଳେ ୮୦୫ ଜଣ ପ୍ରାଣ ହରାଇଛନ୍ତି ।  ବର୍ତ୍ତମାନ ସୁଦ୍ଧା ଦେଶରେ ମୃତକଙ୍କ ସଂଖ୍ୟା ୪ ଲକ୍ଷ ୫୭ ହଜାର ୧୯୧ରେ ପଂହଚିଛି । କେରଳରେ ଗତ ୨୪ ଘଂଟା ମଧ୍ୟରେ ୭ ହଜାର ୮୩୮ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୯୦ଜଣଙ୍କ ମୃତ୍ୟୁ ହୋଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ, ଗତ ୨୪ ଘଂଟାରେ ୧୩ ହଜାର ୧୯୮ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି ।  ମୋଟ ସୁସ୍ଥ ସଂଖ୍ୟା ରହିଛି ୩କୋଟି ୩୬ ଲକ୍ଷ ୨୭ ହଜାର ୬୩୨ରେ ପହଂଚିଛି । ବର୍ତ୍ତମାନ ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୬୧ ହଜାର ୩୩୪ ରହିଛି ।  କରୋନାକୁ ମାତ ଦେବାକୁ ଦେଶରେ ଟିକାକରଣ ଅଭିଯାନ ବି ଜାରି ରହିଛି । ଦେଶରେ ବର୍ତ୍ତମାନ ସୁଦ୍ଧା ୧୦୪ କୋଟି ୮୨ ଲକ୍ଷ ୯୬୬ ଲୋକ କରୋନା ଟିକା ନେଇଛନ୍ତି ।