କନକ ବ୍ୟୁରୋ : ଦେଶରେ କମୁଛି କରୋନା ସଂକ୍ରମଣ । ୨୪ ଘଂଟା ମଧ୍ୟରେ ଦେଶରେ ୧୪ ହଜାର ୩୪୮ ଜଣ କରୋନାରେ ସଂକ୍ରମିତ ହୋଇଥିବାବେଳେ ୮୦୫ ଜଣ ପ୍ରାଣ ହରାଇଛନ୍ତି । ବର୍ତ୍ତମାନ ସୁଦ୍ଧା ଦେଶରେ ମୃତକଙ୍କ ସଂଖ୍ୟା ୪ ଲକ୍ଷ ୫୭ ହଜାର ୧୯୧ରେ ପଂହଚିଛି । କେରଳରେ ଗତ ୨୪ ଘଂଟା ମଧ୍ୟରେ ୭ ହଜାର ୮୩୮ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୯୦ଜଣଙ୍କ ମୃତ୍ୟୁ ହୋଇଛି ।
କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ, ଗତ ୨୪ ଘଂଟାରେ ୧୩ ହଜାର ୧୯୮ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ମୋଟ ସୁସ୍ଥ ସଂଖ୍ୟା ରହିଛି ୩କୋଟି ୩୬ ଲକ୍ଷ ୨୭ ହଜାର ୬୩୨ରେ ପହଂଚିଛି । ବର୍ତ୍ତମାନ ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୬୧ ହଜାର ୩୩୪ ରହିଛି । କରୋନାକୁ ମାତ ଦେବାକୁ ଦେଶରେ ଟିକାକରଣ ଅଭିଯାନ ବି ଜାରି ରହିଛି । ଦେଶରେ ବର୍ତ୍ତମାନ ସୁଦ୍ଧା ୧୦୪ କୋଟି ୮୨ ଲକ୍ଷ ୯୬୬ ଲୋକ କରୋନା ଟିକା ନେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/10/14-40.jpg)