ଦେଶରେ ତଳମୁହାଁ କରୋନା ଗ୍ରାଫ୍ । ୨୪ ଘଂଟାରେ ଦେଢ ଲକ୍ଷରୁ କମ୍ ପଜିଟିଭ୍; ୫ ଲକ୍ଷ ଟପିଲା ମୃତ୍ୟୁ ସଂଖ୍ୟା

ଦେଶରେ ତଳମୁହାଁ କରୋନା ଗ୍ରାଫ୍ । ୨୪ ଘଂଟାରେ ଦେଢ ଲକ୍ଷରୁ କମ୍ ପଜିଟିଭ୍; ୫ ଲକ୍ଷ ଟପିଲା ମୃତ୍ୟୁ ସଂଖ୍ୟା

କନକ ବ୍ୟୁରୋ : ଦେଶରେ ଦେଢ ଲକ୍ଷ ତଳକୁ ଖସିଛି କରୋନାର ଦୈନିକ ସଂକ୍ରମଣ । ଦିନକରେ ୧ ଲକ୍ଷ ୪୯ ହଜାର ୩୯୪ ନୂଆ ପଜିଟିଭ୍ ଆସିଛି । ଗତକାଲି ତୁଳନାରେ ୧୩ ପ୍ରତିଶତ କମ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଡେଲି ପଜିଟିଭିଟି ରେଟ୍ ରହିଛି ୯ ଦଶମିକ ୨୭ ପ୍ରତିଶତ ।

ସେହିପରି ୨୪ ଘଂଟାରେ ଏକ ହଜାର ୭୨ ଜଣଙ୍କ କରୋନରେ ମୃତ୍ୟୁ ହୋଇଛି । ଦିନକରେ ୨ ଲକ୍ଷ ୪୬ ହଜାର ୬୭୪ ଆକ୍ରାନ୍ତ । ଏବେ ଦେଶରେ ସକ୍ରିୟ ମାମଲା ୧୪ ଲକ୍ଷ ୩୫ ହଜାର ୫୬୯ ରହିଛି । ଦେଶରେ ୧୬୮ କୋଟି ୪୭ ଲକ୍ଷ ଲୋକଙ୍କୁ କରୋନା ଟିକା ଦିଆ ସରିଲାଣି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe