କନକ ବ୍ୟୁରୋ : ଦେଶରେ ଦେଢ ଲକ୍ଷ ତଳକୁ ଖସିଛି କରୋନାର ଦୈନିକ ସଂକ୍ରମଣ । ଦିନକରେ ୧ ଲକ୍ଷ ୪୯ ହଜାର ୩୯୪ ନୂଆ ପଜିଟିଭ୍ ଆସିଛି । ଗତକାଲି ତୁଳନାରେ ୧୩ ପ୍ରତିଶତ କମ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଡେଲି ପଜିଟିଭିଟି ରେଟ୍ ରହିଛି ୯ ଦଶମିକ ୨୭ ପ୍ରତିଶତ ।
ସେହିପରି ୨୪ ଘଂଟାରେ ଏକ ହଜାର ୭୨ ଜଣଙ୍କ କରୋନରେ ମୃତ୍ୟୁ ହୋଇଛି । ଦିନକରେ ୨ ଲକ୍ଷ ୪୬ ହଜାର ୬୭୪ ଆକ୍ରାନ୍ତ । ଏବେ ଦେଶରେ ସକ୍ରିୟ ମାମଲା ୧୪ ଲକ୍ଷ ୩୫ ହଜାର ୫୬୯ ରହିଛି । ଦେଶରେ ୧୬୮ କୋଟି ୪୭ ଲକ୍ଷ ଲୋକଙ୍କୁ କରୋନା ଟିକା ଦିଆ ସରିଲାଣି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/07/India-corona-latest-updates.jpg)