କନକ ବ୍ୟୁରୋ: ବିଶ୍ୱରେ ସବୁଠାରୁ ଅଧିକ ତମାଖୁ ସେବନ କରୁଥିବା ରାଷ୍ଟ୍ର ହେଉଛି ଭାରତ । ପ୍ରତିଦିନ ଲକ୍ଷାଧିକ ଲୋକ ତମାଖୁ ସେବନ କରିଥାନ୍ତି । ଏହି ତମାଖୁ ବିଭିନ୍ନ କର୍କଟ ରୋଗକୁ ଡାକି ଆଣୁଛି । ଏକ ଅନୁଧ୍ୟାନରୁ ଜଣାପଡ଼ିଛି- ତମାଖୁ ସେବନ ଯୋଗୁଁ ପ୍ରାୟ ୧୪ ପ୍ରକାରର କର୍କଟ ରୋଗ ହେବାର ଆଶଙ୍କା ରହିଛି । ନଜର ପକାନ୍ତୁ ଆଇସିଏମଆର’ର ଜାତୀୟ କର୍କଟ ପଂଜିକରଣ କାର୍ଯ୍ୟକ୍ରମର ତଥ୍ୟ ଉପରେ-

Kanak News is now on WhatsApp
Join and get latest news updates delivered to you via WhatsApp
– ପ୍ରତିଦିନ ୩ ହଜାରରୁ ଅଧିକ ଲୋକଙ୍କ କର୍କଟ ଯୋଗୁଁ ମୃତ୍ୟୁ ହେଉଛି
– ୨୦୨୦ରୁ ୨୦୨୨ ମଧ୍ୟରେ କର୍କଟ ରୋଗୀଙ୍କ ମୃତ୍ୟୁ ସଂଖ୍ୟା ବଢ଼ିଛି
– ୨୦୨୦ରେ ୭ ଲକ୍ଷ ୭୦ ହଜାର ରୋଗୀଙ୍କ ମୃତ୍ୟୁ ହୋଇଥିଲା
– ୨୦୨୨ରେ ଏହି ସଂଖ୍ୟା ବଢ଼ି ୮ଲକ୍ଷ ୮ ହଜାରରେ ପହଞ୍ଚିଯାଇଥିଲା
ତଥ୍ୟ ଅନୁସାରେ ଦେଶରେ ୨୧.୪ ପ୍ରତିଶତ ଏବଂ ଓଡ଼ିଶାରେ ୪୨.୯ ପ୍ରତିଶତ ଲୋକେ ତମାଖୁ ସେବନ କରନ୍ତି । ଅର୍ଥାତ୍ ଜାତୀୟ ହାରଠାରୁ ଓଡ଼ିଶାରେ ତାମଖୁ ସେବନ ୨ ଗୁଣ ଅଧିକ । ପ୍ରାୟ ୮.୬% ଲୋକ ତମାଖୁ ସହ ପାନ ଖାଇଥାନ୍ତି । ସେହିଭଳି ୧୬.୯ % ଖଇନି, ୯.୪% ଗୁଟଖା ଓ ୮.୬% ପାନମସଲା ଆଦି ତମାଖୁ ସେବନ କରିଥାନ୍ତି । ଯାହା ଫଳରେ ମୁଖ କର୍କଟର ମାତ୍ର ଅଧିକ ବଢ଼ିବାର ଆଶଙ୍କା ରହିଛି । କିଛି ସମୟ ଖୁସି ବା ସଉକ୍୍ ପାଇଁ ତମାଖୁ କରୁଛନ୍ତି ଲକ୍ଷ ଲକ୍ଷ ଲୋକ । ହେଲେ ଯେତେବେଳେ ଏହା ଅଭ୍ୟାସରେ ପଡ଼ିଯାଉଛି, ତାହା ବିପଦ ଆଡକୁ ଟାଣି ନେଉଛି ।