କନକ ବ୍ୟୁରୋ: ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଇଂନିସରେ ଦମଦାର ପ୍ରଦର୍ଶନ କରିଛନ୍ତି ରିଷବ ପନ୍ତ । ସେ ଏହି ମ୍ୟାଚରେ ଜବରଦସ୍ତ ଶତକ ହାସଲ କରିଛନ୍ତି । ଏହାସହ ଭାରତ ୧୯୮ ରନ କରି ଅଲଆଉଟ ହୋଇଯାଇଛି । ଫଳରେ ଭାରତ ଦକ୍ଷିଣ ଆଫ୍ରିକାକୁ ୨୧୨ ରନର ଟାର୍ଗେଟ ଦେଇଛି ।

Advertisment

ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଭାରତ । ପ୍ରଥମେ ବ୍ୟାଟିଂ କରି ୨୨୩ ନ କରିଥିଲା ଭାରତ । ଭାରତ ପକ୍ଷରୁ ବିରାଟ କୋହଲି ୭୯ ରନର ଲଢୁଆ ବ୍ୟାଟିଂ କରିଥିଲେ । ପରେ ଦକ୍ଷିଣ ଆଫ୍ରିକା ତାର ପ୍ରଥମ ଇଂନିସରେ ୨୧୦ ରନ କରିବାରେ ସଫଳ ହୋଇଥିଲା ।