ଜେଲରେ କଏଦୀ ରହିବା ନେଇ ସମସ୍ୟା ସୃଷ୍ଟି : କ୍ଷମତାଠୁ ୩୦% ଅଧିକ କଏଦୀ ରହୁଥିବା ଇଣ୍ଡିଆ ଜଷ୍ଟିସ ରିପୋର୍ଟରେ ପ୍ରକାଶ

ଜେଲରେ କଏଦୀ ରହିବା ନେଇ ସମସ୍ୟା ସୃଷ୍ଟି : କ୍ଷମତାଠୁ ୩୦% ଅଧିକ କଏଦୀ ରହୁଥିବା ଇଣ୍ଡିଆ ଜଷ୍ଟିସ ରିପୋର୍ଟରେ ପ୍ରକାଶ

କନକ ବ୍ୟୁରୋ : ଦିନକୁ ଦିନ ଅପରାଧ ସଂଖ୍ୟା ବଢୁଥିବା ବେଳେ ଜେଲରେ କଏଦୀ ରହିବାର କ୍ଷମତାକୁ ନେଇ ବଡ ସମସ୍ୟା ସୃଷ୍ଟି ହୋଇଛି । ଦେଶରେ ଏବେ ଅଧିକାଂଶ ଜେଲରେ କ୍ଷମତାଠାରୁ ଅଧିକ କଏଦୀ ରହୁଛନ୍ତି । କ୍ଷମତାଠାରୁ ୩୦ ପ୍ରତିଶତ ଅଧିକ କଏଦୀ ରହୁଥିବା ବେଳେ ଇଣ୍ଡିଆ ଜଷ୍ଟିସ୍ ରିପୋର୍ଟରେ ପ୍ରକାଶ ପାଇଛି । ଗତବର୍ଷ ଜେଲରେ ୧୮ ପ୍ରତିଶତ ଅଧିକ କଏଦୀ ରହୁଥିବା ବେଳେ ଚଳିତ ବର୍ଷ ଏହା ୩୦ ପ୍ରତିଶତକୁ ବୃଦ୍ଧି ପାଇଛି ।

ଏହି ରିପୋର୍ଟ ଅନୁସାରେ ୨୦୨୦ରେ ଗିରଫ ହୋଇଥିବା ବ୍ୟକ୍ତିମାନଙ୍କ ସଂଖ୍ୟା ତୁଳନାରେ ୨୦୨୧ରେ ୭ ଲକ୍ଷ ୭୦ ହଜାର ଅଧିକ ଗିରଫ ହୋଇଛନ୍ତି । ୨୦୨୧ରେ ମୋଟ ୧ କୋଟି ୪୭ ଲକ୍ଷ ଲୋକ ଗିରଫ ହୋଇଥିବା ବେଳେ ୨୦୨୦ରେ ଏହୀ ସଂଖ୍ୟା ୧ କୋଟି ୩୯ ଲକ୍ଷ ଥିଲା । ଏବେ ଦେଶରେ ୧୩୧୯ଟି ଜେଲରେ ଅନ୍ତେବାସୀଙ୍କ ସଂଖ୍ୟା ୨୦୨୧ ସୁଦ୍ଧା ୫ ଲକ୍ଷ ୫୪ ହଜାରରୁ ଅଧିକ ରହିଛି । ସବୁଠୁୁ ଉତରାଖଣ୍ଡରେ କ୍ଷମତା ଠାରୁ ଅଧିକ ୮୫ ପ୍ରତିଶତ କଏଦୀ ରହୁଛନ୍ତି ।

ସବୁଠୁ ବଡ଼ କଥା ହେଉଛି ଜେଲରେ ରହୁଥିବା କଏଦୀମାନଙ୍କ ମଧ୍ୟରୁ ୮୦ ପ୍ରତିଶତ ବିଚାରଧୀନ କଏଦୀ ଅଛନ୍ତି । ଅର୍ଥାତ ପ୍ରତି ୧୦ ଜଣରେ ୮ ଜଣ ବିଚାରଧୀନ କଏଦୀ ଅଛନ୍ତି । ଆବଶ୍ୟକୀୟ ବିଚାରପତିଙ୍କ ଅଭାବ ଯୋଗୁଁ ଦେଶରେ ଲକ୍ଷ ଲକ୍ଷ ମାମଲାର ଶୁଣାଣିରେ ବିଳମ୍ବ ହେଉଛି । ଫଳରେ ବିଚାରଧୀନ କଏଦୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଓଡ଼ିଶାରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe