ଆସିଲା ଇଣ୍ଡିଆ ଜଷ୍ଟିସ ରିପୋର୍ଟ – ୨୦୧୯ । ନ୍ୟାୟ ଦେବାରେ ମହାରାଷ୍ଟ୍ର ଦେଶର ଏକ ନମ୍ବର ରାଜ୍ୟ । ତାଲିକାରେ ଓଡିଶାର ସ୍ଥାନ ୭, ସବୁଠୁ ତଳେ ଉତ୍ତରପ୍ରଦେଶ ।

238

କନକ ବ୍ୟୁରୋ : ଆଇନ ବ୍ୟବସ୍ଥା ସୁଦୃଢ କରି ନ୍ୟାୟ ଯୋଗାଇବାରେ ମହାରାଷ୍ଟ୍ର ଆଗୁଆ । ନାଗରିକଙ୍କୁ ନ୍ୟାୟ ଦେବାର କ୍ଷମତା ଉପରେ ଭାରତକୁ ମିଳିଲା ପ୍ରଥମ ରାଙ୍କ । ଏଥିରେ ୧୮ଟି ବଡ ଓ ମଧ୍ୟମ ଆକାର ( ୧କୋଟି ଜନସଂଖ୍ୟାରୁ ଅଧିକ) ରାଜ୍ୟଗୁଡିକୁ ସାମିଲ କରାଯାଇଛି । ଏହି ରାଙ୍କିଙ୍ଗରେ ମହାରାଷ୍ଟ୍ର ନମ୍ବର ୧ ବୋଲି ପ୍ରମାଣିତ ହୋଇଛି । ସେହିପରି ଓଡିଶା ଏହି କ୍ରମରେ ୭ ନମ୍ବରରେ ରହିଛି । ଏହା ପରେ ଆଇନ ବ୍ୟବସ୍ଥାକୁ ଉନ୍ନତ ରଖିବାରେ କେରଳ, ତାମିଲନାଡୁ, ପଞ୍ଜାବ ଏବଂ ହରିୟାଣା ମଧ୍ୟ ସାମିଲ ହୋଇଛି । ୭ଟି ଛୋଟ ରାଜ୍ୟ (୧କୋଟି ଜନସଂଖ୍ୟାରୁ କମ୍) ମଧ୍ୟରେ ଗୋଆ ୧ନମ୍ବର ସ୍ଥାନରେ ରହିଛି । ସେହିଭଳି ସିକ୍କିମ ଓ ହିମାଚଳ ପ୍ରଦେଶ ୨ନମ୍ବର ସ୍ଥାନରେ ରହିଛନ୍ତି ।

ଏହି ରାଙ୍କିଙ୍ଗ ଇଣ୍ଡିଆ ଜଷ୍ଟିସ ରିପୋର୍ଟ – ୨୦୧୯ (IJR-2019) ରେ ଦିଆଯାଇଛି । ଏହି ରାଙ୍କିଙ୍ଗକୁ ତିଆରି କରିବା ପାଇଁ ନ୍ୟାୟ ପ୍ରକ୍ରିୟାର ୪ପ୍ରମୁଖ ସ୍ତମ୍ଭର ଆକଳନ କରାଯାଇଥିଲା । ଏହି ସ୍ତମ୍ଭ ଗୁଡିକ ହେଲା- ପୁଲିସ, ନ୍ୟାୟ ବ୍ୟବସ୍ଥା, ଜେଲ ଓ ଆଇନ୍ ସହାୟତା ।

ସୂଚନାନୁସାରେ, ଆଇନ ବ୍ୟବସ୍ଥାକୁ ସୁଦୃଢ କରିବା ଦିଗରେ ଏହି ଚାରି ସ୍ତମ୍ଭ ମଧ୍ୟରେ ତାଳମେଳ ରହିବା ନିହାତି ଆବଶ୍ୟକ । ମହାରାଷ୍ଟ୍ର(୫.୯୨), କେରଳ(୫.୮୫), ତାମିଲନାଡୁ(୫.୭୬), ପଞ୍ଜାବ(୫.୫୩), ହରିୟାଣା(୫.୫୩), ଗୋଆ(୪.୮୫), ସିକ୍କିମ(୪.୩୧) ଓ ହିମାଚଳ ପ୍ରଦେଶରେ(୦.୪୫) ଏହି ଚାରୋଟି ସ୍ତମ୍ଭ ମଧ୍ୟରେ ତାଳମେଳ ରହିଥିବା ବେଳେ, ସେମାନଙ୍କର କାର୍ଯ୍ୟପ୍ରଣାଳୀ ଉନ୍ନତ ରହିଛି ।